ଉନ୍ମୋଚନ ହେଲା ଆମ ଓଡ଼ିଶା ପାଞ୍ଜି ! ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଉନ୍ମୋଚନ କଲେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ

127

କନକ ବ୍ୟୁରୋ : ସମ୍ବାଦ ଓ ଆମ ଓଡିଶା ମିଳିତ ଆନୁକୂଲ୍ୟରେ ବର୍ଷ ୨୦୧୮-୧୯ର ବାର୍ଷିକ ପଂଜୀକା ଉନ୍ମୋଚନ ହୋଇଛି । ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଏହାକୁ ଏକାମ୍ର ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି । ପ୍ରତିବର୍ଷ ପରି ପବିତ୍ର ଦୋଳ ପୂର୍ଣ୍ଣମୀରେ ଏହା ଶ୍ରୀମନ୍ଦିର ପୁରୀ ଓ ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଅର୍ପଣ ହୋଇଥାଏ । ଏହି ପଂଜୀକାର ଗଣନା ମଧ୍ୟ ଓଡିଆ ନବବର୍ଷ ପଣା ସଂକ୍ରାନ୍ତିରୁ ଆରମ୍ଭ ହେବ ।

ବାର ମାସର ତେର ପର୍ବର ସଂପୂର୍ଣ୍ଣ ବିବରଣୀ ଏହି ପଂଜୀକାରେ ମିଳି ପାରିବ । ଯାହା ସାଧାରଣ ଓଡିଆଙ୍କ ପାଇଁ ତିଥି ଓ ନକ୍ଷତ୍ର ଜାଣିବାରେ ସହାୟକ ହେବ । ଓଡ଼ିଆ ପରିବାରର ସମସ୍ତଙ୍କ ନିକଟରେ କମ ଦାମରେ ପଞ୍ଜିକା ପହଞ୍ଚାଇବା ଲକ୍ଷ୍ୟ ବୋଲି କହିଛନ୍ତି ସୋମ୍ୟ ପଟ୍ଟନାୟକ ।