ରାତି ଅଧରେ ବ୍ୟାଙ୍କରେ ପଶିଲେ, ଟଙ୍କା ଲୁଟିଲେ ଦୁର୍ବୃତ୍ତ

ଆହ୍ଲାବାଦ ବ୍ୟାଙ୍କର ସଟର ତାଡ଼ି ଡକାୟତି

120

କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପରଖି ସ୍ଥିତ ଆହ୍ଲାବାଦ ବ୍ୟାଙ୍କର ସଟର ତାଡ଼ି ଗତକାଲି ରାତିରେ ଡକାୟତମାନେ ବ୍ୟାଙ୍କରେ ଡକାୟତି କରିଛନ୍ତି। ତେବେ ବ୍ୟାଙ୍କରୁ କଣ ଡକାୟତି ହୋଇଛି ତାହା ଜଣାପଡ଼ିନାହିଁ। ସେହିପରି ଡକାୟତମାନେ ବ୍ୟାଙ୍କ ସମ୍ମୁଖରେ ଥିବା ଏକ ଦୋକାନ ଓ ପରଖି ଫାଣ୍ଡି ନିକଟରେ ଏକ କନଷ୍ଟ୍ରକ୍ସନ ମ୍ୟାଟେରିଆଲ ଦୋକାନରେ ମଧ୍ୟ ଡକାୟତି କରିଛନ୍ତି। ତେବେ ଏ ନେଇ ପୁଲିସ ସୂଚନା ପାଇଥିଲେ ମଧ୍ୟଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିବାରୁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଲୋକେ ଆନ୍ଦୋଳନ ଚଳାଇଛନ୍ତି।

 

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ନୂଆବର୍ଷ ବିଳମ୍ବିତ ରାତିରେ କେତେକ ଡକାୟତ ବାଲେଶ୍ୱର ସଦର ଥାନା ପରଖି ଫାଣ୍ଡି ଅଞ୍ଚଳରେ ସିରିଜ୍ ଡକାୟତି କରିଛନ୍ତି। ଡକାୟତମାନେ ଗୋଟିଏ ମୋବାଇଲ ଦୋକାନ ଓ ଗୋଟିଏ କନଷ୍ଟ୍ରକ୍ସନ ମ୍ୟାଟିରିଆଲ ଦୋକାନ ଲୁଟ୍ କରିବା ପରେ ପରଖିସ୍ଥିତ ଆହ୍ଲାବାଦ ବ୍ୟାଙ୍କରେ ଡକାୟତି ଉଦ୍ୟମ କରିଛନ୍ତି। ଡକାୟତମାନେ ବ୍ୟାଙ୍କର ସଟର ତାଡ଼ି ଭିତରେ ପଶିଥିବା ସ୍ପଷ୍ଟ ହୋଇଛି। ବ୍ୟାଙ୍କର ସଟର ତଡ଼ାଯାଇଥିିବା ବେଳେ କାଗଜପତ୍ର ଏଣେ ତେଣେ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ଡକାୟତମାନେ କେତେ ଟଙ୍କା ଡକାୟତି କରିଛନ୍ତି ତାହା ଜଣାଯାଇନାହିଁ।