ଭଗବାନ୍ ଭୀମରାଓ ! ବିବାହ କାର୍ଡରେ ଗଣେଶଙ୍କ ସ୍ଥାନରେ ଆମ୍ବେଦକରଙ୍କ ଫଟୋ ଛାପିଲେ ବ୍ୟକ୍ତି

106

ହିନ୍ଦୁ ଧର୍ମରେ ପ୍ରଚଳିତ ନିୟମ ଅନୁଯାୟୀ କୌଣସି ଶୁଭ କାର୍ଯ୍ୟର ଆରମ୍ଭ ଆରାଧ୍ୟ ଦେବତା ଶ୍ରୀ ଗଣେଶଙ୍କ ନାମରୁ ହୋଇଥାଏ । ବିବାହ ହେଉ ଅବା ବ୍ରତଘର । ପ୍ରତ୍ୟେକ ନିମନ୍ତ୍ରଣ ପତ୍ରରେ ରହିଥାଏ ଗଣେଶଙ୍କ ଫଟୋ । କିନ୍ତୁ ଅଲ୍ଲହାବାଦରେ ଜଣେ ଦଳିତ ବ୍ୟକ୍ତି ନିଜ ଝିଅର ବିବାହ କାର୍ଡରେ ଶ୍ରୀ ଗଣେଶଙ୍କ ସ୍ଥାନରେ ଛପାଇଛନ୍ତି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଫଟୋ । ଏହା ସହ ଶ୍ଲୋକ ସ୍ଥାନରେ ଲେଖାହୋଇଛି ବୁଦ୍ଧବାଣୀ ।

ଏହି ବ୍ୟକ୍ତି ଜଣକ ହେଉଛନ୍ତି ଅଲ୍ଲହାବାଦରେ ଅମୋରା ଗାଁର ହିଂଚଲାଲ୍ । ହିଂଚଲାଲ୍ ନିଜ ଝିଅର ବିବାହ କାର୍ଡରେ ଆମ୍ବେଦକରଙ୍କ ଫଟୋ ଛପାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହିଂଚଲାଲଙ୍କ କହିବା ଅନୁଯାୟୀ, ଆମ୍ବେଦକରଙ୍କ ପାଇଁ ସେମାନଙ୍କ ଉତ୍ଥାନ ହୋଇଛି । ଏବଂ ଦଳିତ ହୋଇଥିଲେ ବି ଯଦି ଆଜି ସମାଜର ମୁଖ୍ୟଧାରାରେ ସାମିଲ୍ ହୋଇପାରିଛନ୍ତି ତାହା କେବଳ ଅମ୍ବେଦକରଙ୍କ ପାଇଁ ସମ୍ଭବପର ହୋଇପାରିଛି । ତେଣୁ ଆମ୍ବେଦକର ସେମାନଙ୍କ ପାଇଁ ଭଗବାନଙ୍କ ସହ ସମାନ ।

କିଛି ଦିନ ତଳେ ଜଣେ ବ୍ୟକ୍ତି ବିବାହ କାର୍ଡରେ ମୋଦିଙ୍କ ସ୍ୱଚ୍ଛଭାରତ ଅଭିଯାନକୁ ସ୍ଥାନ ଦେଇଥିଲେ । ଆଉ ଏବେ ହିଂମାଚଳଙ୍କ ଏହି ନିଆରା ପଦକ୍ଷେପ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ସହ ପଢନ୍ତୁ ଜିଓକୁ ଟକ୍କର ଦେଲା ବିଏସଏନଏଲ୍ ! ଲଂଚ୍ କଲା ଜବରଦସ୍ତ ଅଫର୍