ବାପ ମା’ ନା ରାକ୍ଷାସ ! ନବଜାତ ଶିଶୁପୁତ୍ରକୁ ଫିଙ୍ଗିଦେଲେ ଗଛମୂଳେ

37

କନକ ବ୍ୟୁରୋ : ଅଲୋଡ଼ା ହେଲା ନବଜାତକ । ଶିଶୁପୁତ୍ରକୁ ଗଛମୁଳେ ଛାଡ଼ିଦେଇ ଚାଲିଗଲେ ବାପ ମା’ । ଏଭଳି ଦୃଶ୍ୟ ଦେଖିବାକୁ ମିଳଛି କୋରାପୁଟ ଜିଲ୍ଳା ଜୟପୁରର ଜୟନଗରରେ । ଗଛମୂଳରୁ ଉଦ୍ଧାର ହୋଇଛି ନବଜାତକ । ଶିଶୁପତ୍ରଟି ଗଛମୂଳେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରୁ ନବଜାତକଙ୍କୁ ଉଦ୍ଧାର କରି ଜୟପୁର ଡ଼ାକ୍ତରଖାନା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଛି ପୁଲିସ୍ । ତେବେ ଶିଶୁଟିର ସ୍ୱା୍ସ୍ଥ୍ୟବସ୍ଥା ଠିକ୍ ଥିବା ବେଳେ ତାର ଅଧିକ ଚିକିତ୍ସା ପାଇଁ କୋରପୁଟ ମେଡ଼ିକାଲକୁ ପଠାଯିବ ବୋଲି କହିଛନ୍ତି ଚିକିତ୍ସାଧିକାରୀ ।

ତେବେ ନବଜାତକଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ, ମାସେ ଯାଏଁ ଶିଶୁ ସୁରକ୍ଷା ବିଭାଗ କୋରପୁଟରେ ରଖାଯିବ । ପରେ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ, ଆବେଦନକାରୀ ଅନଲାଇନରେ ଆବେଦନ କରିପାରିବେ ବୋଲି କହିଛନ୍ତି ଶିଶୁ ସୁରକ୍ଷା ଅଧିକାରୀ ।