ଆସନ୍ତାକାଲି ଓଡିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ! ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ଦୋକାନ-ବଜାର ।

999

ଆସନ୍ତାକାଲି ସମଗ୍ର ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି ।

ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା ଜଣାଇଛନ୍ତି ଯେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ପ୍ରସ୍ତାବକୁ ସମର୍ଥନ କରି ଓଡ଼ିଶାର ବ୍ୟବସାୟୀମାନେ ୧୮ ତାରିଖ ଦିନ ଅର୍ଥାତ ଆସନ୍ତାକାଲି ସକାଳ ୬ ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ନିଜ ଅନୁଷ୍ଠାନକୁ ବନ୍ଦ ରଖିବେ। ସେଦିନ ଅନ୍ୟ ରାଜ୍ୟରେ ମଧ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । ଶ୍ରୀ ପଣ୍ଡା କହିଛନ୍ତି ଯେ, ଆତଙ୍କବାଦୀ ଦମନ କ୍ଷେତ୍ରରେ ବ୍ୟବସାୟୀ ସମୁଦାୟ ସରକାରଙ୍କ ପଛରେ ରହିଛି । ସରକାର ଦୃଢ ହସ୍ତରେ ଏହାର ଦମନ କରିବା ଦରାକର।