ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ । ବିଧାନସଭା ଅଧିବେଶନ ସୁରୁଖୁରରେ ଚଲେଇବା ନେଇ ୩ଦଳର ନେତାଙ୍କ ସହ ବାଚସ୍ପତିଙ୍କ ଆଲୋଚନା

ସେପଟେ ରାଜ୍ୟସଭାର ୩ଟି ଆସନ ପାଇଁ ନାମାଙ୍କନ ଭରିବେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଓ ଅଶ୍ୱିନୀ ବୈଷ୍ଣବ

171

କନକ ବ୍ୟୁରୋ: ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ବିଜେଡି ଓ କଂଗ୍ରେସର ବିଧାୟକ ସର୍ବ ଦଳୀୟ ବୈଠକରେ ଉପସ୍ଥିତ ଥିବା ବେଳେ ବିଜେପିର କିଏ ଆସିନଥିବା ଜଣାପଡିଛି । ଆସନ୍ତକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବିଧାନସଭା ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେ ନେଇ ସବୁ ଦଳର ନେତାମାନଙ୍କ ସହ ଆଲୋଚନା କରିବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବଜେଟ୍ ଅଧିବେଶନ ଲମ୍ବା ଅବଧିର ହୋଇଥିବାରୁ ଗୃହରେ ଗଠନମୂଳକ ପ୍ରସଙ୍ଗରେ ଆଲୋଚନା କରିବା ସହିତ ଗୃହ ପରିଚାଳନାରେ ସହଯୋଗ କରିବାକୁ ଆଶା ରଖିଛନ୍ତି ।

ରାଜ୍ୟସଭା ୩ଟି ଆସନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର । ବିଜେଡିର ଦୁଇ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି । ଦିନ ୧୨ଟାରୁ ୨ଟା ଭିତରେ ବିଜେଡିର ଦୁଇ ପ୍ରାର୍ଥୀ ନାମାଙ୍କନ ଭରିବେ ବୋଲି ଜଣାପଡ଼ିଛି । ଏଥିପାଇଁ ଦୁଇ ଜଣଯାକ ଦିନ ୧୦ଟା ୩୦ ସୁଦ୍ଧା ବିଧାନସଭା ବିଧି ପ୍ରକୋଷ୍ଠରେ ପହଂଚି ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରି ରାଜ୍ୟସଭା ପ୍ରାର୍ଥୀତ୍ୱ ବାବଦରେ ୧୦ ହଜାର ଟଙ୍କା ଲେଖାଏଁ ଦାଖଲ କରିବେ । ପରେ ରିଟର୍ଣ୍ଣି ଅଫିସରଙ୍କ ପାଖରେ ଉଭୟ ଅମର ଓ ସସ୍ମିତ ପ୍ରାର୍ଥୀପତ୍ର ଦାଖଲ କରିବେ । ସେହିପରି ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ନାମାଙ୍କନ ଭରିବେ ।