ଅଣସର ଘରେ ଶ୍ରୀଜିଉ : ଅଲାରନାଥ ପୀଠରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ

18

aâjàMòeò : ଶ୍ରୀଜିଉ ଅଣସର  ଘରକୁ ଯିବା ପରେ ଚଳଚଂଚଳ ହୋଇପଡ଼ିଛି ପ୍ରଭୁ ଅଲାରନାଥଙ୍କ ପୀଠ । ସକାଳୁ ସକାଳୁ ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗୁଛି । ଅଲାରନାଥ ପୀଠରେ ଭୋର ୪ଟାରୁ ଦ୍ୱାରଫିଟା ନୀତି ପରେ ଭୋର ୫ଟାରୁ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଉଛି । ଏପଟେ ଅତ୍ୟଧିକ ସ୍ନାନ ଯୋଗୁଁ ଅଣସର ଘରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଠାକୁରଙ୍କ ଉପଚାର ପାଇଁ ହେଉଛି ଗୁପ୍ତନୀତି ।ପ୍ରିୟ ଠାକୁରଙ୍କୁ ଶ୍ରୀମନ୍ଦିରରେ ଦର୍ଶନ ନ ପାଇ ଭକ୍ତମାନେ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠକୁ ଧାଇଁ ଆସୁଛନ୍ତି ।ବିଶ୍ୱାସ ରହିଛି ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ।