ହାଉସଫୁଲ୍ ୪ରେ ରହିବେନି ଅକ୍ଷୟ ! ଦର୍ଶକ ନିରାଶ

33

ବଲିଉଡର ଅନ୍ୟତମ ହିଟ୍ ସିରିଜ ହେଉଛି ସାଜିଦ୍ ଖାଁଙ୍କ ନିର୍ଦ୍ଦେଶନାରେ ନିର୍ମିିତ ହେଉଥିବା ‘ହାଉସଫୁଲ୍’ । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ତିନୋଟି ସଂସ୍କରଣ ରିଲିଜ ହୋଇସାରିଛି । ଆଉ ଏହି ତିନୋଟି ଯାକରେ ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ରହିଛି ପ୍ରମୂଖ ଭୂମିକା । ଏହାକୁ ନେଇ ବି-ଟାଉନରେ ଚର୍ଚ୍ଚା ହେଉଥିଲା କି ଅକ୍ଷୟଙ୍କ ବିନା ହାଉସଫୁଲ୍ ସଫଳତା ପାଇପାରିନଥାନ୍ତା । ଏବେ କିନ୍ତୁ ହାଉସଫୁଲ୍ ୪କୁ ଅପେକ୍ଷା କରି ରହିଥିବା ପ୍ରଶଂସକଙ୍କ ଲାଗି ଏକ ନିରାଶଜନକ ଖବର । କାରଣ ଚତୁର୍ଥ ସଂସ୍କରଣରେ ସେମାନେ ଦେଖିବାକୁ ପାଇବେ ନାହିଁ ଅକ୍ଷୟଙ୍କୁ ।

ତେବେ ଅକ୍ଷୟ ନିଜର କୈାଣସି ସମସ୍ୟାକୁ ନେଇ ଫିଲ୍ମରୁ ଦୂରେଇ ନାହାଁନ୍ତି ବରଂ ଫିଲ୍ମର ନିର୍ଦ୍ଦେଶକ ଓ ଲେଖକଙ୍କ ଯୋଗୁଁ ତାଙ୍କୁ ଦୂରେଇବାକୁ ପଡିଛି । ସୂଚନାଟି ଏପରିକି, ନିର୍ଦ୍ଦେଶକ ସାଜିଦ୍ ଓ ଲେଖକ ଫରହାନ୍ ସାମଜୀ ହାଉସଫୁଲ୍ ୩ ପରେ ନିଜ ରାସ୍ତା ଅଲଗା କରିନେଇଛନ୍ତି । ଫିଲ୍ମର କିଛି କ୍ରିଏଟିଭିଟିକୁ ନେଇ ଦୁହେଁ ଏପରି ନିଷ୍ପତ୍ତି ନେଇଛନ୍ତି । ଅଲଗା ହେବାପରେ ଫରହାଦ୍ ଅକ୍ଷୟଙ୍କୁ ନେଇ ସ୍ୱତନ୍ତ୍ର ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଚାହୁଁଛନ୍ତି । ଆଉ ସେଥିପାଇଁ ସାଜିଦଙ୍କ ହାଉସଫୁଲରେ ଅକ୍ଷୟ ରହିବେ ନାହିଁ । ଅପେକ୍ଷା ଆଗକୁ କଣ ହେଉଛି ।