ବଢ଼ିଲା ନେତାଙ୍କ ହାର୍ଟବିଟ୍, ବୁଥ ବାହୁଡ଼ା ମତ ଆସିବା ପରେ ମାୟାବତୀଙ୍କୁ ସାକ୍ଷାତ କଲେ ଅଖିଲେଶ : ଅଗାମୀ ପଦକ୍ଷେପ ପାଇଁ ପ୍ରସ୍ତୁତ ବୋଲି କହିଲେ ସପା ମୁଖ୍ୟ

239

କନକ ବ୍ୟୁରୋ : ଏକଜିଟ୍ ପୋଲ୍ ଆସିବା ପରେ ଜାତୀୟ ରାଜନୀତି ସରଗରମ ହୋଇଉଠିଛି । ମେ’ ୨୩ ଗଣତି ପୂର୍ବରୁ ଏବଂ ଏକଜିଟ୍ ପୋଲ ରିପୋର୍ଟ ପରେ ଯେତିକି ଉକ୍ରଣ୍ଠା ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଛି, ସେହି ଅନୁରୂପ ନେତାଙ୍କ ହୃତକମ୍ପନ ବଢ଼ିବାରେ ଲାଗିଛି । ଏକଜାଟ ହେବ କି ଏଗଜିଟ ପୋଲ ଏନେଇ ଉଠିଛି ପ୍ରଶ୍ନ । ସମସ୍ତ ପୋଲରେ ଏନଡ଼ିଏକୁ ବହୁମତ ମିଳୁଥିବାର ସ୍ପଷ୍ଟ ଦେଖିବା ପାଇଁ ମିଳୁଛି । ଏକଜିଟ ପୋଲରେ ମୋଦି ସୁନାମୀ ଦେଖି ଆଗାମୀ ପଦକ୍ଷେପ ପାଇଁ ଏବେ ଠାରୁ ଅଂଟା ଭିଡ଼ିଲେଣି ବରୋଧୀ । ଏହି କ୍ରମରେ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସପା ମୁଖ୍ୟ ଅଖଲେଶ ଯାଦବ ମେଂଟ ସହଯୋଗୀ ତଥା ବସପା ସୁପ୍ରିମୋ ମାୟାବତୀଙ୍କୁ ଆଜି ସାକ୍ଷାତ କରିଛନ୍ତି ।

ମାୟାବତୀଙ୍କୁ ସାକ୍ଷାତ କରିବା ପରେ ଉଭୟଙ୍କ ଏକ ଫଟୋ ଟ୍ୱିଟ୍ କରିଛନ୍ତି ଅଖିଲେଶ । ଆଗାମୀ ପକ୍ଷକ୍ଷେପ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଲେଖିଛନ୍ତି । ଅଖିଲେଶଙ୍କ ଏହି ଟ୍ୱିଟ୍ ପରେ ରାଜନୈତିକ ବଶ୍ଳେଷକମାନେ ଅନେକ କଥା ଆକଳନ କରୁଛନ୍ତି । ଅଖିଲେଶ ଓ ମାୟାବତୀଙ୍କ ଆଗାମୀ ପଦକ୍ଷେଫ କ’ଣ ରହିବ ? ଏହା ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ପ୍ରଶ୍ନ ଭାବେ ଉଭା ହେଉଛି ।

ଗତକାଲି ଏକଜିଟ୍ ପୋଲ ମତ ଆସବା ପରେ ବିରୋଧୀ ଶିବିରରେ କମ୍ପନ ସୃଷ୍ଟି ହୋଇଥିଲା । ଆଉ ସକାଳୁ ସକାଳୁ ମାୟାବତୀଙ୍କୁ ଭେଟିବା ପାଇଁ ପହଞ୍ଚିଥିଲେ ଅଖିଲେଶ । ଏବଂ ଆଗାମୀ ପଦକ୍ଷେପ ନେଇ ଏକ ଘଂଟା ଆଲୋଚନା କରିଥିଲେ । ତେବେ ଅଖିଲେଶଙ୍କ ଟ୍ୱିଟ୍ ପରେ ଜଣାପଡ଼ୁଛି ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ମେଂଟ ବଳବତ୍ତର ରହିବ ବୋଲି ଅଖଲେଶ ସଙ୍କେତ ଦେଉଛନ୍ତି ।