ଏକଜିଟ୍ ପୋଲର ଫଳାଫଳ ପରେ ଭାରତୀୟ ଷ୍ଟକ ବଜାରରେ ବୃଦ୍ଧି : ସେନସେକ୍ସ ୧୪୨୨ ପଏଣ୍ଟ ବଢିଲା

94

କନକ ବ୍ୟୁରୋ : ଏକଜିଟ୍ ପୋଲର ପରିଣାମ ଆସିବା ପରେ ଷ୍ଟକ ବଜାରରେ ବୃଦ୍ଧି ରେକର୍ଡ କରାଯାଇଛି । ଗତକାଲି ଆସିଥିବା ଏକଜିଟ ପୋଲ ଫଳାଫଳରୁ ସ୍ପଷ୍ଟ ହୋଇଯାଇଛି ଯେ, ଦେଶରେ ପୁଣି ମୋଦି ସରକାର ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ପ୍ରାୟ ସବୁ ସର୍ଭେ ସଂସ୍ଥା ଏନଡିଏକୁ ବହୁମତ ଦେଇଛନ୍ତି । ଏହାର ପ୍ରଭାବ ଆଜି ଷ୍ଟକ ବଜାର ଉପରେ ପଡିଛି । ପୁଣି ମୋଦି ସରକାର ଆସିବା ଆଶା ଉଜ୍ଜଳ ହେବାପରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚାକାଙ୍କ ସେନସେକ୍ସ ପ୍ରାୟ ୧୪୨୨ ପଏଣ୍ଟ ବୃଦ୍ଧି ପାଇ ୩୯୩୫୨.୬୭ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୪୨୧ ପଏଣ୍ଟ ବୃଦ୍ଧି ପାଇ ୧୧୮୨୮.୨୫ ପଏଣ୍ଟରେ ବନ୍ଦ ହୋଇଛି । ଆସନ୍ତା ୨୩ ତାରିଖରେ ଭୋଟ ଗଣତିରେ ଯଦି ମୋଦି ସରକାର ଆସିବା ସ୍ପଷ୍ଟ ହୋଇଯାଏ, ତେବେ ସେନସେକ୍ସ ୪୦ ହଜାର ପଏଣ୍ଟ ଟପିବା ଅସମ୍ଭବ ନୁହେଁ ।