ଏୟାରଟେଲ୍ ଲଂଚ କଲା ଶସ୍ତା ସ୍ମାର୍ଟଫୋନ୍ ! ଜାଣନ୍ତୁ ଫୋନର ବିଶେଷତ୍ୱ

40

ଜିଓ ଫିଚର ଫୋନକୁ କଡ଼ା ଟକ୍କର ଦେବାକୁ ବଜାରକୁ ଆସିଲା ଏୟାରଟେଲ୍ ସ୍ମାର୍ଟଫୋନ୍ । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଲଂଚ କରିଛି ଶସ୍ତା ୪ଜି ସ୍ମାର୍ଟଫୋନ୍ । ଭାରତୀୟ ସ୍ମାର୍ଟଫୋନ କମ୍ପାନୀ କାର୍ବନ ସହ ଭାଗିଦାରୀରେ ଏୟାରଟେଲ୍ ତିଆରି କରିଛି ଏହି ସ୍ମାର୍ଟଫୋନ୍ । ତେବେ କେବଳ ଶସ୍ତା ସ୍ମାର୍ଟଫୋନ୍ ତିଆରି କରିନି କମ୍ପାନୀ, ଗ୍ରାହକଙ୍କ ପାଇଁ ଆଣିଛି ନୂଆ ତଥା ଲୋଭନୀୟ ଅଫର । କାର୍ବନ କମ୍ପାନୀ ସହ ମିଶି ଏୟାରଟେଲ୍ କାର୍ବନ ଏ୪୦ ଇଣ୍ଡିଆନ୍ ନାମକ ଏକ ଫୋନ୍ ଲଂଚ କରିଛି, ଯାହାର ମୂଲ୍ୟ ରହିଛି ମାତ୍ର ୧୩୯୯ ଟଙ୍କା । ଏହା ଗୁଗଲ ସାର୍ଟିଫାଏଡ଼୍ ଫୋନ୍ ଯାହା । ତେବେ ଏହି ଫୋନ୍ କିଣିବା ପୂର୍ବରୁ ରହିଛି କିଛି ସର୍ତ୍ତ ।

ଏହି ସ୍ମାର୍ଟଫୋନରେ ଡୁଆଲ ସିମ୍ ଅପ୍ସନ୍ ରହିଛି । ଏହି ସ୍ମାର୍ଟଫୋନରେ ଗୁଗଲ ପ୍ଲେଷ୍ଟୋର ମଧ୍ୟ ରହିଛି, ଯେଉଁଠି ଫେସବୁକ୍, ହ୍ୱାଟସଆପ୍ ଓ ଗୁଗଲ ପରି ଆପ୍ ଚାଲିବ । ପ୍ରତି ମାସରେ ୧୬୯ ଟଙ୍କାର ରିଚାର୍ଜ କରିବା ପାଇଁ ପଡ଼ିବ । ଏହି ଅଫରରେ କଲିଂ ଓ ଡାଟା ସୁବିଧା ଉପଲବ୍ଧ ହେବ । ତେବେ ଏଥିରେ କେତେ ଡାଟା ମିଳିବ ଓ କଲିଂ ସୁବିଧା ରହିବ ସେ ବିଷୟରେ ଆସନ୍ତୁ ଆଲୋଚନା କରିବା । ଯଦି ଆପଣ ଏହି ଫୋନ୍ କିଣିବା ପାଇଁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ୨୮୯୯ ଟଙ୍କା ଡାଉନପେମେଣ୍ଟ କରିବା ପାଇଁ ପଡ଼ିବ ।

ଏହାସହ ଦୁଇ ବର୍ଷ ପର୍ଯ୍ୟନ୍ତ ଲଗାତାର ଭାବେ ମାସକ ୧୬୯ ଟଙ୍କା ଲେଖାଏଁ ରିଚାର୍ଜ କରିବା ପାଇଁ ପଡ଼ିବ । ୧୮ ମାସ ପର୍ଯ୍ୟନ୍ତ ଯଦି ଆପଣ ଏହି ସ୍ମାର୍ଟଫୋନକୁ ବ୍ୟବହାର କରୁଛନ୍ତି ତେବେ ଏୟାରଟେଲ କମ୍ପାନୀ ଆପଣଙ୍କୁ ପ୍ରଥମେ ୫୦୦ ଟଙ୍କା ଫେରାଇବ । ଏହା ବ୍ୟତୀତ ୩୬ ମାସ ବ୍ୟବହାର କଲେ କମ୍ପାନୀ ଆପଣଙ୍କୁ ପୁଣି ଆଉ ୧୦୦୦ ଟଙ୍କା ଫେରାଇବ । ଏହାର ଅର୍ଥ ହେଲା ସେ ୧୫୦୦ ଟଙ୍କା ଫେରାଇ ଦେବ ।

ଯଦି ଏହି ଫୋନ୍ କିଣି ଆପଣ ଚଳିତ ମାସ ୧୬୯ ଟଙ୍କାର ରିଚାର୍ଜ କରୁନାହାନ୍ତି ତେବେ ଆପଣ କୌଣସିି ବି ଆମାଉଂଟର ରିଚାର୍ଜ କରାଇପାରିବେ । ଏବଂ ଏହାର ବୈଧତା ରିଚାର୍ଜର ହିସାବରେ ହିଁ ମିଳିବ । ତେବେ କ୍ୟାସ୍ ଫେରାଇବା ମାମଲାରେ ଅପାଣଙ୍କୁ ୧୮ ମାସ ମଧ୍ୟରେ ୩୦୦୦ ଟଙ୍କାର ରିଚାର୍ଜ କରିବା ପାଇଁ ବାଧ୍ୟ । ୧୬୯ ଟଙ୍କାର ରିଚାର୍ଜ ଉପରେ ଆପଣଙ୍କୁ ଅସୀମିତ କଲିଂ ସହ ୦.୫ ଜି ଡାଟା ମିଳିବ । ଏହାର ବୈଧତା ରହିବ ୨୮ ଦିନ । ଏୟାରଟେଲ କମ୍ପାନୀ ମୁତାବକ ସ୍ମାର୍ଟଫୋନ ପୁରାପୁରି ଗ୍ରାହକଙ୍କର ହିଁ ହେବ । କ୍ୟାସ ଫେରାଇବ ପରେ ମଧ୍ୟ ଗ୍ରାହକଙ୍କ ପାଖରେ ରହିବ ସ୍ମାର୍ଟଫୋନ୍ ।

ଆସନ୍ତୁ ଜାଣିବା ଏହି ସ୍ମାର୍ଟଫୋନର ବିଶେଷତ୍ୱ ବିଷୟରେ –
କାର୍ବନ ଏ୪୦ରେ ୪ ଇଂଚର ଟଚ୍ ସ୍କ୍ରିନ୍ ଦିଆଯାଇଛି । ଏଥିରେ ଆଣ୍ଡ୍ରଏଡ଼୍ ୭.୦ ନୁଗଟ୍ ଦିଆଯାଇଛି । ଏଥିରେ ଏୟାରଟେଲର ମାଗଣା ଲୋଡ଼େଡ଼୍ ଆପ ଦିଆଯାଇଛି । ଏଥରେ ମାଇ ଏୟାରଟେଲ୍, ୱିଙ୍କ୍ ମ୍ୟୁଜିକ୍ ଓ ଅନ୍ୟ ଆପ ମଧ୍ୟ ମିଳିବ ଏହି ସ୍ମାର୍ଟଫୋନରେ । ଏଥିରେ ୧.୩ଜିଏଚ୍ ଜେଡ଼୍ ପ୍ରୋସସେର ଦିଆଯାଇଚି ଏବଂ ଏଥରେ ରହିଛି ୧ ଜିବି ରାମ୍ ।

ଏହି ସ୍ମାର୍ଟଫୋନର ଇଂଟରନାଲ ମେମୋରୀ ୮ ଜିବି ରହିବ । ଯାହାକୁ ମାଇକ୍ରୋ ଏସଡ଼ି କାର୍ଡ଼ ଜରିଆରେ ୩୨ ଜିବି ପର୍ଯ୍ୟନ୍ତ ବଢ଼ାଯାଇପାରିବ । ଆପଣ ଏଥିରେ ଦୁଇଟି ସିମ୍ ଲଗାଇ ପାରିବେ । ଏହି ସ୍ମାର୍ଟଫୋନରେ ୪ଜି/୩ଜି/୨ଜି ଫିଚର ସହ ଭୋଲ୍ଟି ଫିଚର ମଧ୍ୟ ରହିଛି । ଏଥରେ ୱ୍ୱାଇଫାଇ ଓ ବ୍ଲୁଟୁଥ୍ କନେକ୍ଟିଭିଟି ମଧ୍ୟ ରହିବ । ଫଟୋ ଉଠାଇବା ପାଇଁ ଏଥରେ ୨ ମେଗାପିକ୍ସେଲ ରିୟର ଓ ୦.୩ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।