ପୁଣି ଚର୍ଚ୍ଚାରେ ତାମିଲନାଡୁ ରାଜନୀତି ! ଆଜି ହୋଇପାରେ ଏଆଇଏଡିଏମକେର ଦୁଇ ଗୋଷ୍ଠୀର ମିଶ୍ରଣ

26

କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ତାମିଲନାଡୁ ରାଜନୀତି । ତାମିଲନାଡୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ଏବେ ପୁଣି ଥରେ ଏକାଠି ହେବେ ଏଆଇଏଡିଏମକେର ଦୁଇ ଗୋଷ୍ଠୀ । ତାମିଲନାଡୁର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇ. ପଲାନୀସ୍ୱାମୀ ଓ ଜୟଲଳିତାଙ୍କ ଏକାନ୍ତ ଅନୁଗତ ପନ୍ନିରସେଲଭମଙ୍କ ଗୋଷ୍ଠୀ ଏକାଠି ହେବାନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ।

ଆଜି ଔପଚାରିକ ଭାବେ ଦୁଇ ଗୋଷ୍ଠୀର ମିଶ୍ରଣ ହୋଇପାରେ । ଏଥିପାଇଁ ୬ଜଣିଆ କମିଟି ଗଠନ ହୋଇଛି । ଗତ ୧୮ ତାରିଖରେ ମିଶ୍ରଣ ହେବାର ଥିଲା । ତେବେ ପନିରସେଲଭମ ଗୋଷ୍ଠୀ ଆଉ କିଛି ସର୍ତ୍ତ ବାଢିବାରୁ ମିଶ୍ରଣ ଘୋଷଣା ବିଳମ୍ବିତ ହୋଇଛି ।