ସମ୍ବଲପୁର : ଯୁବକଙ୍କ ମୃତ୍ୟୁକୁ ନେଇ ଠେମରା ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକ

27

ସମ୍ବଲପୁର : ସମ୍ବଲପୁର ଠେମରା ହସ୍ପିଟାଲରେ ଲଙ୍କାକାଣ୍ଡ । ଉତ୍ୟକ୍ତ ଲୋକେ ହସ୍ପିଟାଲରେ ନିଆଁ ଲଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରର ଜିପ୍ ସମେତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗୁରୁତର ରୋଗୀଙ୍କୁ ହସ୍ପିଟାଲ ନେବା ପରେ ସେଠାରେ ଚିକିତ୍ସା କରିବାକୁ କେହି ଡାକ୍ତର ନଥିବାରୁ ଉତ୍ୟକ୍ତ ଲୋକେ ପୋଡ଼ା ଜଳା କରିଥିଲେ ।

ଗିରିପାଲିର ଗିରିଶ ପଟେଲ ନାମକ ବ୍ୟକ୍ତି ବାଇକରେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଗିରିଶଙ୍କୁ ଠେମରା ମେଡିକାଲକୁ ନେଇଥିଲେ । କିନ୍ତୁ ମେଡିକାଲରେ ଡାକ୍ତର କିମ୍ବା ଆମ୍ବୁଲାନ୍ସ ନଥିଲା । ଏହା ଭିତରେ ଗିରିଶଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା।