ମୋଦି ସରକାରଙ୍କ ବଜେଟ ଆସିବାପରେ ଏହି ୮ ବ୍ୟାଙ୍କରେ ମିଳିବ ଚାକିରୀ ! ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାର ବି ମିଳିବ ଫାଇଦା

ମୋଦି ସରକାରଙ୍କ ବଜେଟ ଆସିବାପରେ ଏହି ୮ ବ୍ୟାଙ୍କରେ ମିଳିବ ଚାକିରୀ

123

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାର ନିଜର ଶେଷ ବଜେଟ ଉପସ୍ଥାପନ କରିସାରିଛନ୍ତି । ତେବେ କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ ଯେପରି ଭାବରେ ବଜେଟ ଉପସ୍ଥାପନ କରିଛନ୍ତି ତାହାକୁ ଦେଖିଲେ ଲାଗୁଛି ଯେ, ଆଗାମୀ ଦିନରେ ଅନେର ନିଯୁକ୍ତି ସୁଯୋଗ ବାହାରିବ । ମୋଦି ସରକାର ରୋଜଗାର ବଢାଇବା ପାଇଁ ଆଉ ୮ଟି ବ୍ୟାଙ୍କକୁ ପିଏସିଏରୁ ବାହାର କରିବା ପାଇଁ ଉଦ୍ୟମ କରିଥିବା ଜଣାପଡିଛି । ମୋଦି ସରକାରଙ୍କ ଏପରି ନିଷ୍ପତ୍ତି ପରେ ବ୍ୟାଙ୍କ ଗୁଡିକ ନିଜ ଶାଖା ବଢାଇପାରିବେ ବୋଲି ଜଣାପଡିଛି ।

ଅଧିକ ଖାତା ବ୍ୟାଙ୍କରେ ଖୋଲାଗଲେ ନିଯୁକ୍ତି ବଢିବ ବୋଲି ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ଯେ, ଆରବିଆଇ ବ୍ୟାଙ୍କ ଅଫ ଇଣ୍ଡିଆ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସଠାରୁ ପିଏସିଏରୁ ବାହାର କରି ରଖିଛନ୍ତି । ତେବେ ଏହାର ସିଧାସଳଖ ପ୍ରଭାବ ନିଯୁକ୍ତି କ୍ଷେତ୍ରରେ ପଡିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ ପିଏସିଏରେ ମିଶିଥିବା ବ୍ୟାଙ୍କ ଯଦି କୌଣସି ଅସୁବିଧା ହୋଇଥାଏ ତେବେ କେବେ ବି ସେହି ବ୍ୟାଙ୍କ ଗୁଡିକ ଋଣ ଦିଅନ୍ତି ନାହିଁ । ତେଣୁ ବର୍ତମାନ ଏହି ବ୍ୟାଙ୍କ ଗୁଡିକ ନିଜର ଶାଖା ବିସ୍ତାର କରିପାରିବେ ବୋଲି ଜଣାଯାଇଛି ।ତେଣୁ ନୂଆ ନିଯୁକ୍ତି ମଧ୍ୟ ମିଳିପାରିବ ।