ମହାରଥୀଙ୍କ ଇସ୍ତଫା ପରେ ୨ ମନ୍ତ୍ରୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ ! ଶଶିଭୂଷଣଙ୍କୁ କୃଷି ବିଭାଗ ଓ ରମେଶଙ୍କୁ ପଞ୍ଚାୟତିରାଜ ବିଭାଗ ଦାୟିତ୍ୱ ।

753

କନକ ବ୍ୟୁରୋ : ପ୍ରଦୀପ ମହାରଥୀଙ୍କ ଇସ୍ତଫା ପରେ ଦୁଇ ମନ୍ତ୍ରୀଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କୁ କୃଷି ଓ ମତ୍ସ୍ୟ, ପଶୁପାଳନ ବିଭାଗ ଦାୟିତ୍ୱ ମିଳିଛି । ସେହିପରି ରମେଶ ମାଝିଙ୍କୁ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେପଟେ ଗୃହୀତ ହୋଇଛି ପ୍ରଦୀପ ମହାରଥୀଙ୍କ ଇସ୍ତଫା ପତ୍ର । ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଇସ୍ତଫା ଗୃହୀତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାରଥୀଙ୍କ ଇସ୍ତଫା ପତ୍ରକୁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ପିପିଲି ବିଧାୟକ ତଥା କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ହେବ ପ୍ରଦୀପ ମହାରଥୀଙ୍କ ଇସ୍ତଫା ନେଇ ଅଡି ବସିଥିଲେ ବିରୋଧୀ । ବିଭିନ୍ନ ମହଲରୁ ମହାରଥୀଙ୍କ ଇସ୍ତଫା ଦାବି ନେଇ ରାଜ୍ୟ ସରକାରଙ୍କ ଉପରେ ଚାପ ପଡିଥିଲା । ଶେଷର ତାଙ୍କ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିଲେ ମହାରଥୀ । ତେବେ ଇସ୍ତଫା ଦେବା ପରେ ଦୁଇ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି ।