ଜିଓ ବ୍ୟତୀତ ଏହି କମ୍ପାନୀ ମଧ୍ୟ ଦେଉଛି ୧୦୦% କ୍ୟାସବ୍ୟାକ, ଏମିତି କରନ୍ତୁ ରିଚାର୍ଜ

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ମଧ୍ୟ ୧୦୦% କ୍ୟାସବ୍ୟାକର ଅଫର ଆଣିଛି ।

114

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ମଧ୍ୟ ୧୦୦% କ୍ୟାସବ୍ୟାକର ଅଫର ଆଣିଛି । ନିଜ ଗ୍ରାହକଙ୍କୁ ଭଲ ସୁବିଧା ଦେବା ପାଇଁ ଏହି ବିଶେଷ ପ୍ରିପେଡ ଗ୍ରାହକଙ୍କ ପାଇଁ ଏହି ପ୍ଲାନ ଆଣିଛି । ଏମିତିରେ ଏବେ ଭୋଡାଫୋନର ଗ୍ରାହକ ମାଗଣାରେ କଲିଙ୍ଗ ଓ ଇଣ୍ଟରନେଟର ବ୍ୟବହାର କରିପାରିବେ । ଗତ ଦିନ ମାନଙ୍କରେ ଟେଲିକମ୍ କମ୍ପାନୀ ଆଇଡିଆ ସହିତ ମିଶିଥିବା ଭୋଡାଫୋନ୍ ନିଜ ଗ୍ରାହକଙ୍କ ପାଇଁ ୩ଟି ଶାନଦାର ଅଫର୍ ଆଣିଥିଲା । ଏଥିରେ ଟ. ୩୯୯, ୪୫୮ ଓ ୫୦୯ ଟଙ୍କାର ପ୍ଲାନ ସାମିଲ ଅଛି । ୧୦୦% କ୍ୟାସବ୍ୟାକର ଫାଇଦା ନେବା ପାଇଁ ‘ମାଇ ଭୋଡାଫୋନ୍’ ଆପ୍ ଜରିଆରେ ରିଚାର୍ଜ କରିବାକୁ ପଡିବ । କିନ୍ତୁ ଏହି କ୍ୟାସବ୍ୟାକ ଏକ ସଙ୍ଗରେ ମିଳିବନି । ଏହା ଆପଣଙ୍କୁ ୫୦ ଟଙ୍କାର ଭାଉଚର ଭାବେ ମିଳିବ ।

କମ୍ପାନୀ ଲଂଚ କରିଥିବା ୩୯୯ ଟଙ୍କା, ୪୫୮ ଟଙ୍କା ଓ ୫୦୯ ଟଙ୍କାର ପ୍ଲାନରେ ପ୍ରତିଦିନ ୧.୪ ଜିବି ଡାଟା ୩ଜି/୪ଜି ଡାଟା ମିଳିବ । ଏହା ସହିତ ଅନଲିମିଟେଡ୍ ଲୋକାଲ ନ୍ୟାସନାଲ କଲିଙ୍ଗ, ପ୍ରତିଦିନ ୧୦୦ଟି ମେସେଜ୍ ମିଳିବ । କିନ୍ତୁ ଏ ସମସ୍ତଙ୍କ ଭାଲିଡିଟି ଭିନ୍ନ ହେବ । ୩୯୯ ପ୍ଲାନ ୭୦ ଦିନ ଚାଲିବ, ୪୫୮ ଟଙ୍କିଆ ପ୍ଲାନର ବୈଧତା ୮୪ ଦିନ ଓ ୫୦୯ ଟଙ୍କିଆର ୯୦ ଦିନ ପର୍ଯ୍ୟନ୍ତ ରହିବ । ଭୋଡାଫୋନରେ ମିଳୁଥିବା କୁପନକୁ ଅନ୍ୟ ରିଚାର୍ଜରେ ବ୍ୟବହାର କରିପାରିବେ ।