ସଫଳ ହେଲା ‘ଫୋର୍ସ – ୨’ : ସିକ୍ୱେଲ୍ ପ୍ଲାନରେ ଜନ୍

24

po8‘ଫୋର୍ସ ୨’ ସିନେମାର ସଫଳତା ପରେ ଏହାର ସିକ୍ୱେଲ ପାଁଇ ଖୁବ୍ ଶୀଘ୍ର କାମ ଆରମ୍ଭ କରିବାକୁ ଯାଉଛନ୍ତି ଅଭିନେତା ଜନ୍ ଅବ୍ରାହମ୍ । ଜନ୍ ଓ ସୋନାକ୍ଷୀଙ୍କ ଅଭିନୀତ ‘ଫୋର୍ସ ୨’ ବକ୍ସ ଅଫିସରେ ଭଲ ଆୟ କରିବାରେ ସଫଳ ହୋଇଛି । ଏହି ସିନେମାର ସଫଳତା ପାଇଁ ଆୟୋଜିତ ହୋଇଥିବା ଏକ ପାର୍ଟିରେ ଅଭିନେତା ଓ ନିର୍ମାତା ‘ଫୋର୍ସ ୩’ ପାଇଁ ନେଇ ସ୍ପଷ୍ଟ କରିଛନ୍ତି । ସିନେମାର ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ଅଭିନବ ଦେବ ।

ଜନ୍ ଅବ୍ରାହମ୍ ,ସୋନାକ୍ଷୀ ସିହ୍ନା ଏବଂ ତାହିର୍ ରାଜ୍ ଭସିନଙ୍କ ଅଭିନୀତ ଆକ୍ସନ ଥ୍ରୀଲର ସିନେମା ‘ଫୋର୍ସ ୨’ ସରକରାରଙ୍କ ନୋଟ ବ୍ୟାନ ନିଷ୍ପତି ପରେ ମଧ୍ୟ ଭଲ ବ୍ୟବସାୟ କରିବାରେ ସଫଳ ହୋଇ ପାରିଛି । ପ୍ରଥମ ସପ୍ତାହରେ ଏଇ ସିନେମା ୨୦.୦୫ କୋଟି ଟଙ୍କା ଆୟ କରିଛି ।