କେଉଁ ଅଭ୍ୟାସରେ କିଏ ପଡିଛି ! ସେଲିବ୍ରିଟିଙ୍କ ଗୋପନ କଥା

49

ଭଲ ହେଉ କି ଖରାପ ଆମ ସମସ୍ତଙ୍କ ପାଖରେ କିଛି ନା କିଛି ଅଭ୍ୟାସ ଥାଏ । ସେମିତି ଲୋକପ୍ରିୟତାର ଶିଖରରେ ଥିଲେ ମଧ୍ୟ ଏମିତି କିଛି ଅଭ୍ୟାସର ଅକ୍ତିଆରରେ ଅଛନ୍ତି ବଲିଉଡ୍ ସେଲିବ୍ରିଟି । କାରଣ ସେଲିବ୍ରିଟି ହେଲେ ବି ସେମାନେ ଆମ ପରି ସାଧାରଣ ମଣିଷ । ତେବେ ଜାଣନ୍ତୁ ବଲିଉଡ ସେଲିବ୍ରିଟିଙ୍କ ଏମିତି କିଛି ଅଭ୍ୟାସ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚଯ୍ୟ କରିବ ।

amitabh bachhanବିଗ୍ ବି ଅମିତାଭ ବଚ୍ଚନଙ୍କ ଅଭ୍ୟାସ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚଯ୍ୟ ହେବେ । ଅଲଗା ଅଲଗା ଜୋନର ସମୟ ଜାଣିବା ପାଇଁ ଅମିତାଭ୍ ନିଜ ହାତରେ ପ୍ରାୟ ଦୁଇଟି ଘଂଟା ପିନ୍ଧିଥାନ୍ତି । ବିଶେଷ କରି ସେତେବେଳେ , ଯେତେବେଳେ ଅଭିଷେକ ଓ ଐଶ୍ୱର୍ଯ୍ୟା ବାହାରକୁ ଯାଇଥାନ୍ତି । ଉଭୟ ସ୍ଥାନର ସମୟ ଜାଣିବା ପାଇଁ ବିଗ୍ ବି ନିଜ ହାତରେ ଦୁଇଟି ଘଂଟା ପିନ୍ଧିଥାନ୍ତି ।

ପର୍ଣ୍ଣ ଷ୍ଟାର୍ ସନ୍ନି ଲିଓନିଙ୍କ ପତ୍ୟେକ ୧୫ ମିନିଟରେ ଥରେ ପାଦ ଧୋଇବା ଅଭ୍ୟାସ । ଏପରିକି ଫିଲ୍ମର କୌଣସି ଦୃଶ୍ୟ ସୁଟିଂ ହେବା ଭିତରେ ମଧ୍ୟ ସନ୍ନି ପାଦ ଧୋଇବାକୁ ଯାଆନ୍ତି । ଏଥିପାଇଁ ଅନେକ ଥର ସୁଟିଂ ଡେରି ମଧ୍ୟ ହୋଇଥାଏ । ହେଲେ ନିଜ ଅଭ୍ୟାସରୁ କେବେ ବି ନିବୃତ୍ତ ହୋଇନାହାନ୍ତି ସନ୍ନି ।

ସେହିପରି ପୀତି ଜିଂଟାଙ୍କ ପରିସ୍କାର ପରିବେଶକୁ ବେଶି ଧ୍ୟାନ ଦିଅନ୍ତି । ସେଥିପାଇଁ କୌଣସି ହୋଟେଲକୁ ଯିବା ପୂର୍ବରୁ ପ୍ରଥମେ ବାଥରୁମ୍ ଚେକ୍ କରନ୍ତି । ତା ପରେ ସେଠାରେ ରୁହନ୍ତି ।

captureସେମିତି ଦବଙ୍ଗ ହିରୋ ସଲମାନଙ୍କ ସାବୁନ ପ୍ରତି ବିଶେଷ ଦୁର୍ବଳତା । ସେଥିପାଇଁ ତାଙ୍କ ପାଖରେ ହର୍ବଲ ଠାରୁ ଆରମ୍ଭ କରି ଏରୋମାଟିକ୍ ସମସ୍ତ ପ୍ରକାର ସାବୁନର ସମ୍ଭାର ଥାଏ ।

ସାପ ମାନଙ୍କୁ ଭଲ ପାଉଥିବା ପୂର୍ବତନ ମିସ୍ ୟୁନିଭର୍ସ ନିଜ ଘରେ ଏକ ସାପ ପାଳିଛନ୍ତି ।

ସେହିପରି ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାନଙ୍କ ପଢିବାର ଅଭ୍ୟାସ ଖୁବ୍ କମ୍ ଲୋକ ଜାଣନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ତାଙ୍କ ଅଭ୍ୟାସ ନୁହେଁ ବରଂ ମଜାଦାର୍ ହେଉଛି ସୈଫ୍ ତାଙ୍କ ଲାଇବ୍ରେରୀ ବାଥରୁମରେ କରିଛନ୍ତି । ଯେଉଁଠି ସେ ଆରାମରେ ବସି ପଢନ୍ତି ।

ନିଜର କ୍ୟୁଟ୍ ହସ ପାଇଁ ବେଶ୍ ଲୋକପ୍ରିୟ ଆୟୁଷ୍ମାନ୍ ଖୁରାନା । ଦାନ୍ତକୁ ସଫା ରଖିବାକୁ ପସନ୍ଦ କରୁଥିବା ଆୟୁଷ୍ମାନ୍ ଦିନରେ ଅଧିକାଂଶ ଥର ବ୍ରଶ୍ କରିଥାନ୍ତି । ସେଥିପାଇଁ ଯୁଆଡେ ବି ଯାଆନ୍ତୁ ନା କାହିଁକି ଆୟୁଷ୍ମାନ୍ ପାଖରେ ସବୁବେଳେ ନିଜର ଡେଂଟାଲ୍ କିଟ୍ ରଖିଥାନ୍ତି ।

ତେବେ ୮୦ଦଶକ ସୁପରଷ୍ଟାର୍ ଜିତେନ୍ଦ୍ରଙ୍କ ଅଭ୍ୟାସ ଟିକେ ଅଲଗା । ଲାଟିନ୍ ଯିବା ସମୟରେ ସେ ଅମୃତଭଣ୍ଡା ଖାଇଥାନ୍ତି । କାରଣ ଅମୃତଭଣ୍ଡା ଖାଇଲେ କୋଷ୍ଠକାଠିନ୍ୟ ହେବାର କମ୍ ଚାନ୍ସ ଥାଏ ବୋଲି ମାନନ୍ତି ଏହି ସୁପରଷ୍ଟାର୍ ।

ସେହିପରି ବବି ଦିଓଲ୍ ନିଜ ବ୍ୟାଗରେ ସବୁବେଳେ କାଠ ରଖିଥାନ୍ତି । କାରଣ କଥା କହିବା ମଝିରେ ସେ କାଠ ଛୁଇଁଥାନ୍ତି ।

ଖିଲାଡି ବୟ ଅକ୍ଷୟ କୁମାରଙ୍କ ଅଭ୍ୟାସ ବି ନିଆରା । ନିଜର ପ୍ରତ୍ୟେକ ଫିଲ୍ମ ରିଲିଜ୍ ପୂର୍ବରୁ ସେ ବିଦେଶ ଯାଇଥାନ୍ତି । କାରଣ ତାଙ୍କର ଡର ଯେ ଭାରତରେ ରହିଲେ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ଉପରେ ଫରକ ପଡିବ । କାଳେ ଫିଲ୍ମ ଭଲ ବ୍ୟବସାୟ ନକରିବ । ତେବେ ଚିନ୍ତା କରନ୍ତୁ ବର୍ଷକୁ ଏକାଧିକ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଉଥିବା ଅକ୍ଷୟ ଆଜି ପର୍ଯ୍ୟନ୍ତ କେତେ ଥର ବିଦେଶ ଯାଇଥିବେ ।