ମୃତ୍ୟୁ ପରେ ଆପଣଙ୍କ ଅର୍ଥ ବ୍ୟାଙ୍କ କାହାକୁ ଦେବ? ଏହି ଗୋଟିଏ କାମ ନ’କଲେ ପରିବାର ସଦସ୍ୟ ପଡିପାରନ୍ତି ଅସୁବିଧାରେ ।

44
ଯଦି ଆପଣ ମୃତ୍ୟୁ ପୂର୍ବରୁ ବ୍ୟାଙ୍କରେ କିଛି ଜରୁରୀ କାମ ତୁଟାଇନାହାନ୍ତି ତେବେ ଏହାର ପରିଣାମ ଆପଣଙ୍କ ପରିବାରବର୍ଗକୁ ଭୋଗିବାକୁ ପଡିବ । ମୁମ୍ବାଇ ଉଲ୍ଲାସନଗରଠାରେ ଏମିତି ଏକ ମାମଲା ଏବେ ସାମ୍ମାକୁ ଆସିଛି । ଗଣେଷ କାମ୍ବଲେ ନାମକ ଜଣେ ବ୍ୟକ୍ତିଙ୍କ ମର ଶରୀରକୁ ପରିବାର ଲୋକେ ପିଏନବି ବ୍ୟାଙ୍କ୍ ବୋହିନେଲେ । ଘଟଣା କ’ଣ ଜାଣିବାକୁ ଲୋକଙ୍କ ଗହଳି ଜମିବାରୁ ଜଣାପଡିଲା ପରିବାର ସଦସ୍ୟ ମୃତକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଆସିଛନ୍ତି । ଏହି ମାମଲା ଆପଣଙ୍କୁ ସତର୍କ କରୁଛି ଯେ ବ୍ୟାଙ୍କ କାମରେ ଅବହେଳା କଲେ ଆପଣଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହା କିଭଳି ପରିସ୍ଥିତି ଆଣିଦେବ । ଲୋକଙ୍କୁ ବ୍ୟାଙ୍କ ବିଷୟରେ ଏହି ସବୁ ତଥ୍ୟ ଜାଣିବା ନିହାତି ଦରକାର ଯାହା ପରମୁହୂର୍ତ୍ତରେ କୌଣସି ଅସୁବିଧା ସୃଷ୍ଟି ନ କରିବ । କ’ଣ ଅଛି ନିୟମ : କାମ୍ବଲେ ବହୁତ ଦିନ ଧରି ଡାକ୍ତରଖାନାରେ ଚିକିତ୍ସୀତ ହେଉଥିଲେ । ଟଙ୍କା ଅଭାବ ପଡିବାରୁ ଜ୍ଞାତିକୁଟୁମ୍ବ ଟଙ୍କା ଉଠାଇବା ପାଇଁ କେତେ ଦିନ ଧରି ବ୍ୟାଙ୍କର ଚକ୍କର କାଟିଥିଲେ । କିନ୍ତୁ ବ୍ୟକ୍ତିଗତ ଆକାଉଣ୍ଟ ହୋଇଥିବାରୁ ବ୍ୟାଙ୍କ କେବଳ ଆକାଉଣ୍ଟ ହୋଲ୍ଡରଙ୍କୁ ଟଙ୍କା ଉଠାଇବା ପାଇଁ କହିଥିଲା । କିନ୍ତୁ ବ୍ୟାଙ୍କ ନିୟମାନୁସାରେ ଆକାଉଣ୍ଟ ହୋଲ୍ଡର ଯଦି ମୃତ୍ୟୁବରଣ କରନ୍ତି ତେବେ ବ୍ୟାଙ୍କ ନୋମିନୀଙ୍କୁ ମୃତକଙ୍କ ସମ୍ପୁର୍ଣ୍ଣ ଜମାପୁଞ୍ଜି ଦେବାକୁ ବାଧ୍ୟ ହେବ । ସମୟ ଲାଗିଥିଲେ ମଧ୍ୟ କାମ୍ବଲେଙ୍କ ପରିବାରକୁ ଟଙ୍କା ମିଳିଥିଲା । କିନ୍ତୁ ଆପଣ ଯଦି ଆପଣଙ୍କ ପରିବାରକୁ ଏହିଭଳି ସମସ୍ୟାରେ ପକାଇବାକୁ ଚାହୁଁନଥାନ୍ତି ତେବେ ସମୟ ଥାଉ ଥାଉ ବ୍ୟାଙ୍କର ଏହି ନିୟମକୁ ପାଳନ କରନ୍ତୁ ।  ବ୍ୟାଙ୍କରେ ଯେତେବେଳେ ଆକାଉଣ୍ଟ ଡିପୋଜିଟ୍ କରୁଛନ୍ତି ତେବେ ନୋମିନୀଙ୍କ ନାଁ ମେନସନ୍ କରନ୍ତୁ ଯେମିତି ପରମୁହୂର୍ତ୍ତରେ ଆପଣଙ୍କ ଟଙ୍କା ପରିବାର ପାଖରେ ପହଞ୍ଚିପାରିବ । ନୋମିନୀଙ୍କ ନାଁ ଡିପୋଜିଟ୍ କରିବାର ଗୋଟିଏ ସୁବିଧା ହେଉଛି ଆପଣଙ୍କ ପରେ ବ୍ୟାଙ୍କରେ ଜମା ହୋଇଥିବା ଟଙ୍କାକୁ ଉଠାଇବାକୁ ଆପଣଙ୍କ ପରିବାରକୁ ବ୍ୟାଙ୍କର ଚକ୍କର କାଟିବାକୁ ପଡିବନି ।
ବ୍ୟାଙ୍କ ନିୟମାନୁସାରେ ଆକାଉଣ୍ଟରେ ନୋମିନୀଙ୍କ ନାଁ ନଥିଲେ ବ୍ୟାଙ୍କ ହୋଲ୍ଡରଙ୍କ ଟଙ୍କାକୁ ତାଙ୍କ ଲିଗଲ୍ ଉତ୍ତରାଧିକାରୀକୁ ଦେବାକୁ ବାଧ୍ୟ ହେବ ।
ଆପଣ ଯଦି ଚାହିଁବେ ପରମୁହୂର୍ତ୍ତରେ ଆପଣଙ୍କ ନୋମିନୀଙ୍କ ନାଁକୁ ବି ପରିବର୍ତ୍ତନ କରିପାରିବେ ।