ଆଠଗଡ: ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଜଣେ ମୃତ, ଅନେକ ଆହତ

19

କନକ ବ୍ୟୁରୋ: ଆଠଗଡରେ ଦୁର୍ଘଟଣା । ଚୌଦ୍ୱାର ଥାନା ଅଂଚଳ ୫୫ ନମ୍ବର ଜାତୀୟ ରାଜପଥରେ ପଖାଳ ଢାବା ନିକଟରେ ଟ୍ରକକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ । ସୋନପୁରରୁ କଟକ ଯାଉଥିବା ଯାତ୍ରୀବାହୀ ବସ ଟ୍ରକକୁ ପଛରୁ ପିଟିଛି । ଦୁର୍ଘଟଣାରେ ହେଲପର ପ୍ରାଣ ହରାଇଥିବାବେଳ ୧୦ଜଣ ଆହତ ହୋଇଛନ୍ତି । ଆହତଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବସଟି ଭୋର ଭୋରରୁ ଚୌଦ୍ୱାର ଥାନା ଅନ୍ତର୍ଗତ ଅଂଚଳ ୫୫ ନମ୍ବର ଜାତୀୟ ରାଜପଥରେ ପଖାଳ ଢାବା ନିକଟରେ ଏକ ଟ୍ରକକୁ ଓଭରଟେକ୍ କରୁଥିବା ବେଳେ ସାମାନ ପଟୁ ଆଉ ଏକ ଟ୍ରକ ଆସିଯାଇଥିଲା । ତେଣୁ ବସ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣରେ ରଖି ନ ପାରି ଆଗରେ ଯାଉଥିବା ଟ୍ରକ୍ ପଛରେ ପିଟି ଦେଇଥିଲେ । ଫଳରେ ବସ ହେଲପରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।ଦୁର୍ଘଟଣା ପରେ ବସର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।