ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ନାଗରିକଙ୍କ ବ୍ୟାଙ୍କ ଆକାଉଂଟରେ ୧୫ ଲକ୍ଷ ଟଙ୍କା ଜମା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ତେବେ ଏହି ଟଙ୍କା ଜନତାଙ୍କ ଖାତାକୁ କେବେ ଆସିବ ? ଏହି ପ୍ରଶ୍ନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ପଚରା ଯାଇଥିଲା । ଆଉ ଏହି ପ୍ରଶ୍ନ ମୋଦିଙ୍କୁ ସୂଚନା ଅଧିକାର ଆଧାରରେ ହିଁ ପଚରା ଯାଇଥିଲା । କେବେ ମୋଦି ଏହି ଟଙ୍କା ଜନତାଙ୍କୁ ଖାତାକୁ ପଠାଇବେ ସେ ନେଇ ଆବେଦନକାରୀ ଜାଣିବାକୁ ଚାହିଁଥିଲେ । ଯଦିଓ ଏସଂପର୍କରେ ପିଏମଓ ପକ୍ଷରୁ ସେଭଳି କୌଣସି ବି ସୂଚନା ମିଳିପାରିନଥିଲା ତେବେ ଆରଟିଆଇର ଜବାବରେ କୁହାଯାଇଥିଲା କି, ଏହି ତଥ୍ୟ ରାଇଟ୍ ଟୁ ଇନଫର୍ମେସନ ଆକ୍ଟ ନିୟମ ପରିସରରେ ଆସୁନାହିଁ ।
ଏଠାରେ ଆମେ କହି ରଖୁଛୁ କି, ୨୦୧୪ରେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ମୋଦି ଜନତାଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ କି, ବିଦେଶରେ ଯେଉଁ କଳାଧନ ଗଚ୍ଛିତ ହୋଇ ରହିଛି , ସେଗୁଡିକୁ ଫେରାଇ ଅଣାଯିବ । ଆଉ ଏହି ଟଙ୍କାକୁ ପ୍ରତିଟି ଆକାଉଂଟ ଲୋଲ୍ଡରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଯଦିଓ ପରବର୍ତ୍ତୀ ସମୟରେ ପାର୍ଟିର ଅଧ୍ୟକ୍ଷ ତଥା ଅମିତ ଶାହା ସ୍ପଷ୍ଟ କରିଦେଇଥିଲେ କି ଏହା କେବଳ ମାତ୍ର କଥା ଥିଲା । କୌଣସି ପ୍ରତିଶ୍ରୃତି ନଥିଲା ବୋଲି । ତେବେ ଚିଫ୍ ଇନଫର୍ମେସନ କମସନର ଆର.କେ ମାଥୁର ଏହାର ଜବାବ ଦେଇ କହିଥିଲେ କି, ପିଏମଓ ତରଫରୁ କୁହାଯାଇଥିଲା କି ଏହି ଇନଫର୍ମେସନ ଆରଟିଆଇ ଆକ୍ଟ ର ନିୟମ ପରିସରରେ ନାହିଁ ।
କିପରି ପଚାରି ପାରିବେ ମୋଦି ସରକାରଙ୍କୁ ପ୍ରଶ୍ନ
ଆପଣ ଯଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୌଣସି ବିଷୟରେ ପ୍ରଶ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣ ସୂଚନା ଅଧିକାର ତଥା ଆରଟିଆଇ ଆଧାରରେ କୌଣସି ବି ପ୍ରଶ୍ନ ମୋଦିଙ୍କୁ ପଚାରି ପାରିବେ । ଯାହାର ଉତ୍ତର ମୋଦିଙ୍କୁ ଦ୍ୱାୟିତ୍ୱର ସହ ଦେବାକୁ ପଡିବ । ଯଦିଓ କେଉଁ ବିଷୟରେ ଜନତା ସରକାରଙ୍କୁ ପ୍ରଶ୍ନ କରି ପାରିବେ ଆଉ କେଉଁଟା ନୁହେଁ ଏନେଇ ଏକ ତାଲିକା ମଧ୍ୟ ରଖାଯାଇଛି । କିନ୍ତୁ ଏକଥା ସତ୍ୟ କି ଆପଣ ଯାହାବି ସରକାରଙ୍କୁ ପ୍ରଶ୍ନ କରିବେ ତାର ଉତ୍ତର ଦେବାକୁ ସରକାର ଏକପ୍ରକାରେ ବାଧ୍ୟ ହେବେ । ଏବେ ଜାଣନ୍ତୁ କିଏ ଓ କିପରି କରିବେ ପାରିବେ ସରକାରଙ୍କୁ ପ୍ରଶ୍ନ. . .
କିଏ ପଚାରି ପାରିବେ ପ୍ରଶ୍ନ
• କୌଣସି ବି ଭାରତୀୟ ନାଗରିକ ସରକାରଙ୍କୁ ପ୍ରଶ୍ନ କରିପାରିବେ ।
• ମଗା ଯାଇଥିବା ପ୍ରସଙ୍ଗ ବା ତଥ୍ୟ ସଂପର୍କିତ ଖବର ଆବେଦନ ପତ୍ରରେ ସାମିଲ ଥିବା ଆବଶ୍ୟକ ।
• ଆବେଦନ ଶୁଳ୍କ ବାବଦକୁ ଦେଇଥିବା ଟଙ୍କାର ପ୍ରମାଣପତ୍ର ଏକ କପି ମଧ୍ୟ ଏହି ଆବେଦନ ପତ୍ରରେ ଆଟାଚ ହୋଇଥିବା ଜରୁରୀ ।
• ଠିକଣା ନୁର୍ଭୁଲ ଭାବରେ ଲେଖାଯାଇଥିବା ଦରକାର । ଯେଉଁଠିକୁ ସରକାର ଉତ୍ତର ପଠାଇବେ ।
କିପରି କରିବେ ଆବେଦନ
• ସର୍ବ ପ୍ରଥମେ ଆରଟିଆଇର ୱେବସାଇଟ୍ କ୍ସଗ୍ଧସକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭକୁ ଯାଆନ୍ତୁ ।
• ସବମିଟ୍ ରିକ୍ୱେଷ୍ଟ ଉପରେ କ୍ଲିକ୍ କରନ୍ତୁ ।
• ଏହାପରେ ଚେକ୍ ବକ୍ସ ଉପରେ କ୍ଲିକ କରନ୍ତୁ ଏବଂ ତାକୁ ସବମିଟ୍ କରିଦିଅନ୍ତୁ ।
• ଏହାପରେ ଆପଣଙ୍କୁ ଆରଟିଆଇ ଆବେଦନ ସବମିଟ କରିବା ପାଇଁ ଏକ ଫର୍ମ ଭରିବାକୁ ପଡିବ ।
• ଏହାପରେ ସଠିକ୍ ମନ୍ତ୍ରାଳୟ ଏବଂ ବିଭାଗ ଚୟନ କରନ୍ତୁ ଓ ଡିଟେଲ ଭରନ୍ତୁ ।
• ଏହାପରେ ଆପଣଙ୍କୁ ଆବେଦନରେ ଇ-ମେଲ ଆଇଡି ଦେବାକୁ ପଡିବ । ଯଦି ଆପଣ ଏସଏମଏସ ଆଲର୍ଟ ଚାହୁଁଛନ୍ତି ତେବେ ଏଥିରେ ଆପଣ ଆପଣଙ୍କର ମୋବାଇଲ ନମ୍ବର ଦେଇପାରିବେ ।