ବିଶ୍ୱ ପାଇଁ ଭବିଷ୍ୟତର ବଡ ବିପଦ ଚୀନ ! ଚକିତ କଲା ଭଳି ଏହି ଆକଳନ କରିଛନ୍ତି ପ୍ରଶାନ୍ତକ୍ଷେତ୍ରର ଆମେରିକୀୟ କମାଣ୍ଡର ଆଡମିରାଲ ହୈରି ହେରିସ୍

34

କନକ ବ୍ୟୁରୋ : ବିଶ୍ୱ ପାଇଁ ଭବିଷ୍ୟତର ବଡ ବିପଦ ଚୀନ । ଆମେରିକା ଦୃଷ୍ଟିରେ ଦୁନିଆଁର ଦ୍ୱିତୀୟ ସବୁଠୁ ବଡ ଅର୍ଥବ୍ୟବସ୍ଥାର ଦେଶ ଚୀନ ଭବିଷ୍ୟତର ବିପଦ । ଖାଲି ଏତିକି ନୁହେଁ ଚୀନକୁ ଆତଙ୍କବାଦ ସମକକ୍ଷରେ ରଖି ବିଚାର ମଧ୍ୟ କରାଯାଉଛି । ଆଉ ଚୀନକୁ ନେଇ ଚକିତ କଲା ଭଳି ଏହି ଆକଳନ କରିଛନ୍ତି ପ୍ରଶାନ୍ତକ୍ଷେତ୍ରର ଆମେରିକୀୟ କମାଣ୍ଡର ଆଡମିରାଲ ହୈରି ହେରିସ ।

ଆମେରିକା ସୈନ୍ୟ ବ୍ୟବସ୍ଥାରେ ପ୍ରଶାନ୍ତ କ୍ଷେତ୍ରରେ ଆସୁଛି ଦକ୍ଷିଣ ଚୀନ ସାଗର ଓ ଉତ୍ତର କୋରିଆ । ଯେଉଁଠି ନିକଟ ଭବିଷ୍ୟତରେ ଟକ୍କର ହେବାର ସମ୍ଭାବନା ରହିଛି । ଆଡମିରାଲ ହୈରି ହେରିସ କହିଛନ୍ତି, ଭବିଷ୍ୟତର ସବୁଠ ବିପଦଜନକ, ଆକ୍ରମକ ଓ ଯେକୌଣସି ମତେ ଆଗକୁ ବଢିବାର ଇଛା ଚୀନ ପାଖରେ ଅଛି । କିନ୍ତୁ ବର୍ତମାନ ସବୁଠାର ବଡ ବିପଦ ଉତ୍ତର କୋରିଆ । ଏହାଛଡା ଯେଉଁ ବିପଦ ସହ ଆମେରିକା ଓ ବିଶ୍ୱବାସୀ ଯୁଝୁଛନ୍ତି ତାହା ଆତଙ୍କବାଦ ବୋଲି ହୈରି ହେରିସ କହିଛନ୍ତି ।