ପେନସନଧାରୀଙ୍କ ଆଧାର ଲିଙ୍କ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : କେନ୍ଦ୍ରକୁ କୋର୍ଟଙ୍କ ତାଗିଦ୍, ପେନସନ୍ ସବସିଡି ନୁହେଁ ଏହା ଅଧିକାର

29

କନକ ବ୍ୟୁରୋ : ଆଧାର ପ୍ରସଂଗରେ କେନ୍ଦ୍ରକୁ ପୁଣି ଥରେ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ପେନସନ୍ ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି । ପେନସନ୍ କୌଣସି ପ୍ରକାର ସବସିଡି ନୁହେଁ ବରଂ ପେନସନ୍ ପାଇବା ଜଣଙ୍କର ଅଧିକାର । ତେଣୁ ପେନସନ୍ ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ କରିବା ଠିକ୍ ନୁହେଁ । ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଏକ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରି ଏହା କହିଛନ୍ତି । ଏହାସହ ଆଧାରକାର୍ଡ଼ ଲିଙ୍କ୍ ହୋଇ ନଥିଲେ ଜଣଙ୍କୁ ପେନସନ୍ ଅଧିକାରରୁ ବଂଚିତ କରାଯିବ କି ବୋଲି ଖଣ୍ଡପୀଠ କେନ୍ଦ୍ରକୁ ପଶ୍ନ ପଚାରିଛନ୍ତି ।

ସେପେଟ ମୋବାଇଲ ସିମ କାର୍ଡ ସହିତ ଆଧାର ସଂଯୋଗ କରିବାର ସମୟସୀମାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବଢାଇଦେଇଛି ଦୂରସଂଚାର ବିଭାଗ । ଗତ ସପ୍ତାହରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶପରେ ବିଭାଗ ଏହି ପଦକ୍ଷେପ ନେଇଛି । ଏ ସଂପର୍କରେ ବିଭାଗ ପକ୍ଷରୁ ଆଜି ଏକ ନିର୍ଦ୍ଦେନାମା ପ୍ରକାଶ ପାଇଛି । ଏହି ନିର୍ଦ୍ଦେନାମାରେ କୁହାଯାଇଛି ଯେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୋବାଇଲ ଉପଭୋକ୍ତାମାନଙ୍କ ଆଧାରଭିତ୍ତିକ ଇ-କେଓ୍ଵାଇସି ଯାଞ୍ଚର ଶେଷ ତାରିଖ କୋର୍ଟରେ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିବା ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ଟେଲିକମ ଅପରେଟରମାନେ ଏ ସଂପର୍କରେ ଉପଭୋକ୍ତାମାନଙ୍କୁ ପଠାଉଥିବା ଏସଏମଏସରେ କୌଣସି ଶେଷ ତାରିଖ ଲେଖା ରହିବ ନାହିଁ ।