ପୁଣି ଘୁଞ୍ଚିଲା ପାନକାର୍ଡ ସହ ଆଧାର ଲିଙ୍କ କରିବାର ସମୟସୀମା ! ଜାଣନ୍ତୁ କେତେ ତାରିଖ ଯାଏ ଅବଧି ବଢାଇଲେ ସରକାର ।

25

ପାନକାର୍ଡ ସହ ଆଧାର ଲିଙ୍କ କରିନଥିବା ଲୋକମାନଙ୍କ ପାଇଁ ସରକାର ପ୍ରଦାନ କଲେ ଆଉ ଏକ ସୁଯୋଗ । ପୂର୍ବରୁ ଆଧାରକାର୍ଡ ସହ ଲିଙ୍କ କରିବାର ସମୟସୀମା ଗତ ଜୁନ ୩୧ରେ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏବେ ସରକାର ଏହାର ଅବଧିକୁ ପରିବର୍ତ୍ତନ କରାଇ ମାର୍ଚ୍ଚ ୩୧ ତାରିଖ ୨୦୧୯କୁ ଘୁଞ୍ଚାଇ ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ଶନିବାର ଦିନ ରାତିରେ ଆୟକର ଧାରା ୧୧୯ ଅନୁଯାୟୀ ସିବିଡିଟି ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟସୀମାକୁ ବଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପୂର୍ବରୁ ପାନକାର୍ଡକୁ ଜୁନ ୩୧ ତାରିଖ ଭିତରେ ଲିଙ୍କ କରିବା ପାଇଁ ସିବିଡିଟି ମେ ୨୭ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରେ ଏହାକୁ ବଢାଇ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।