କାଷ୍ଟିଂକାଉଚ ଅଭିଯୋଗ ଆଣିଲେ ବଙ୍ଗୀୟ ଅଭିନେତ୍ରୀ : ବ୍ୟବସାୟୀଙ୍କ ବିରୋଧରେ ମାମଲା ରୁଜୁ

62

କନକ ବ୍ୟୁରୋ : ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କୁ କାଷ୍ଟିଂ କାଉଚ ଅଭିଯୋଗ । ଭୁବନେଶ୍ୱରର ବ୍ୟବସାୟୀ ବିରାଟ ମହାପାତ୍ରଙ୍କ ନାମରେ କାଷ୍ଟିଂ କାଉଚ ଅଭିଯୋଗ ହୋଇଛି । ଏ ସପଂର୍କରେ ମଂଚେଶ୍ୱର ଥାନାରେ ପୀଡିତା ବିରାଟଙ୍କ ନାମରେ ଏତଲା ଦେଇଛନ୍ତି । ବଙ୍ଗୀୟ ଅଭିନେତ୍ରୀଙ୍କୁ ଘରେ ରଖି ମାଡ ମାରିବା ସହ ଫିଲ୍ମରେ ସୁଯୋଗ ଦେବାକୁ କହି କାଷ୍ଟିଂ କାଉଚ କରିଥିବା ଏତଲାରେ ଉଲ୍ଲେଖ ରହିଛି ।

ପୋଲିସ ଏତଲା ପାଇବା ପରେ ବ୍ୟବସାୟୀ ବିରାଟ ମହାପାତ୍ରଙ୍କ ନାମରେ ମାମଲା ରୁଜୁ କରି ଅଭିଯୋଗର ଖୋଳତାଡ କରୁଛି । ପୋଲିସ ଧାରା ୧୬୧ଅନୁସାରେ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ପୀଡିତାଙ୍କ ଡାକ୍ତରୀ ମାଇନା ଶେଷ କରିଛି । ପୀଡିତାଙ୍କ ଅଭିଯୋଗର ତଦନ୍ତ ଚାଲିଛି, ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।