ବିଜେଡିରେ ଯୋଗଦେଲେ ଅଚ୍ୟୁତ ସାମନ୍ତ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତି, ସାଧୁତା, ନିଷ୍ଠା ପାଇଁ ସେ ବିଜେଡି ପ୍ରତି ଆକୃଷ୍ଟ ହୋଇଛନ୍ତି ।

60

ଅନ୍ୟ ଏକ ଗୁରୁତ୍ୱପୁର୍ଣ୍ଣ ଘଟଣାକ୍ରମେ ବିଜେଡିରେ ଯୋଗ ଦେଇଛନ୍ତି କିଟ୍ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ସୈାମ୍ୟରଂଜନ ପଟ୍ଟନାୟକ ବିଜେଡିରେ ଯୋଗ ଦେବାର କିଛି ମିନିଟ ପରେ ଅଚ୍ୟୁତ ଦଳରେ ଯୋଗ ଦେଇଥିବା ନେଇ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ । ଅଚ୍ୟୁତଙ୍କୁ ଦଳକୁ ସ୍ୱାଗତ କରିବା ସହ ସେ ଦଳ ପାଇଁ ବେଶ ଉପଯୋଗୀ ହୋଇପାରିବେ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ।
ବିଜେଡିରେ ଯୋଗ ଦେବାପରେ ନିଜ ପ୍ରତିକ୍ରିୟାରେ ଅଚ୍ୟୁତ ସାମନ୍ତ କହିଛନ୍ତି, ଦଳରେ ଯୋଗଦେଇ ସେ ଖୁସି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀରେ ସେ ଅଭିଭୂତ । ୨୦ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂତି, ସାଧୂୁତା, ନିଷ୍ଠା ଓ ସରଳତା ପାଇଁ ସେ ବିଜେଡି ପ୍ରତି ଆକୃଷ୍ଟ ହୋଇଛନ୍ତି । ସାମାଜିକ ପ୍ରତିବଦ୍ଧତା ସହିତ ଜନହିତକର କାର୍ଯ୍ୟ ଓ ସମାଜସେବାକୁ ଆଗେଇ ନେବାରେ ଏହି ଯୋଗଦାନ ସହାୟକ ବୋଲି କହିଛନ୍ତି ଅଚ୍ୟୁତ ।