ଦିଲ୍ଲୀକୁ ଶାସନ କରିବ କିଏ? ଆଜି ଏନେଇ ଐତିହାସିକ ରାୟ ଶୁଣାଇବେ ସୁପ୍ରିମକୋର୍ଟ

24

କନକ ବ୍ୟୁରୋ: କେନ୍ଦ୍ରଶାସିତ ଅଂଚଳ ଦିଲ୍ଲୀରେ କେନ୍ଦ୍ର ନା ନିର୍ବାଚିତ ରାଜ୍ୟ ସରକାର କାହାର ଶାସନ ଚାଲିବ । ଆଜି ଏନେଇ ସର୍ବୋଚ୍ଚ ନ୍ୟାୟଳୟର ସାମ୍ବିଧାନିକ ଖଣ୍ଡପୀଠ ଐତିହାସିକ ରାୟ ଶୁଣାଇବେ । ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ପୂବାହ୍ନ ସାଢ଼େ ୧୦ଟାରେ ଏହି ରାୟ ଶୁଣାଇବେ । ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସମେତ ପାଂଚ ଜଣିଆ ସାମ୍ବିଧାନିକ ପୀଠ ଚୂଡାନ୍ତ ନିଷ୍ପତି ନେବେ । ଦିଲ୍ଲୀରେ କାହାର ଶାସନ ଚାଲିବ ଏ ସମ୍ବନ୍ଧରେ ସୁପ୍ରିମକୋର୍ଟରେ ୧୧ଟି ଆବେଦନ ଦାଖଲ କରାଯାଇଛି । ଦିଲ୍ଲୀରେ ଆମଆଦମୀ ପାର୍ଟି ସରକାର ଓ ଉପରାଜ୍ୟପାଳଙ୍କୁ ନେଇ ବାରମ୍ବାର ମତଭେଦ ଦେଖାଦେଇଛି ।