ଇଭିଏମ ମେସିନକୁ କରାଯାଇପାରିବ ହ୍ୟାକ୍ ! ଦିଲ୍ଲୀ ବିଧାନସଭାରେ ଡେମୋ ଦେଖାଇଲେ ଆପ୍ ନେତା

40

କନକ ବ୍ୟୁରୋ : ଇଲକଟ୍ରୋନିକ୍ସ ଭୋଟିଂ ମେସିନକୁ ନେଇ ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଚାଲିଛି । ଇଭିଏମ ମେସିନକୁ କିଭଳି ଦୁରୂପଯୋଗ କରାଯାଇପାରିବ ଗୃହରେ ତାହାର ଡେମୋ ଦେଖାଇଛନ୍ତି ବିଧାୟକ ସୌରଭ ଭରଦ୍ୱାଜ୍ । ସେ କହିଛନ୍ତି ପ୍ରତ୍ୟକ ଇଭିଏମର ଏକ ସିକ୍ରେଟ କୋଡ୍ ରହିଛି । ଏହି କୋଡର ସହାୟତାରେ ଇଭିଏମକୁ ଅପବ୍ୟବହାର କରାଯାଇପାରିବ ।

ଜଣେ ସାଧାରଣ ଇଞ୍ଜିନିୟର ମଧ୍ୟ ଏହି ଇଭିଏମ୍ ମେସିନକୁ ଅପବ୍ୟବହାର କରିପାରିବ । ମାତ୍ର ୯୦ସେକେଣ୍ଡରେ ଇଭିଏମ ମେସିନର ଦୁରୂପଯୋଗ କରାଯାଇପାରିବ । ଦୁନିଆରେ ଏଭଳି କୌଣସି ମେସିନ ନାହିଁ ଯାହାକୁ ହ୍ୟାକ୍ କରାଯାଇ ପାରିବନି ।