ଦିନ ଦ୍ୱିପ୍ରହରରେ ରାଜଧାନୀରେ ଲୁଟ୍ : ଲିଫ୍ଟ ମାଗି ଯୁବକଙ୍କୁ ଲୁଟିଲେ ମହିଳା

24

କନକ ବ୍ୟୁରୋ : ରାଜଧାନୀରେ ଦେଖିବାକୁ ମିଳିଛି ଲୁଟ୍ କରିବାର ନୂଆ ତରିକା । ଜଣେ ଯୁବକଙ୍କୁ ଲିଫ୍ଟ ମାଗି ସେହି ଯୁବକଙ୍କଠାରୁ ଲୁଟି କରିଛନ୍ତି ମହିଳା । ଭୁବନେଶ୍ୱରର ସବୁଠୁ ବ୍ୟସ୍ତ ବହୁଳ ରାସ୍ତାରେ ଦିନ ଦ୍ୱିପ୍ରହରରେ ଲିଫ୍ଟ ମାଗି ଯୁବକଙ୍କୁ ଲୁଟିଛନ୍ତି ଲୁଟେରା ମହିଳା ।

ସୂଚନା ଅନୁଯାୟୀ ପିଏମଜି ଛକରୁ ଯୁବକଙ୍କୁ ଲିଫ୍ଟ ମାଗି ମାର୍କେଟ ବିଲ୍ଡିଂ ଯିବାକୁ କହିଥିଲେ ଏହି ମହିଳା । ହେଲେ ଯିବାବାଟରେ ଯୁବକଙ୍କଠାରୁ ଅଢ଼େଇ ହଜାର ଟଙ୍କା ସହ ମୋବାଇଲ୍ ଲୁଟି ନେଇଥିଲେ ମହିଳା । ଏବଂ ଫେରାର ହୋଇଯିବାକୁ ଚେଷ୍ଟା କରିଥିଲେ । ତେବେ ଲୁଟର ଶିକାର ହୋଇଥବା ଯୁବକ ଏନେଇ ପୁଲିସକୁ ସୂଚନା ଦେବାରୁ ଘଟଣାସ୍ଥଳରେ ପହଁଚିଥିଲା ପୁଲିସ୍ । ଆଉ ଲୁଟେରା ମହିଳାଙ୍କୁ ଗିରଫ କରିବା ସହ ଲୁଟ୍ ଜିିନିଷକୁ ଉଦ୍ଧାର କରିଛି  ।

ଅନେକ ସମୟରେ ରାଜଧାନୀରେ ଏମିତି ସବୁ ଘଟଣାମାନ ଘଟୁଛି । କମିସନରେଟ୍ ପୁଲିସ୍ ଦ୍ୱାରା ବ୍ୟାପକ ପୁଲିସ୍ ବ୍ୟବସ୍ଥା ଥିଲେ ବି ଅସାମାଜିକ ବ୍ୟକ୍ତିମାନେ ଚୋରି , ଡକାୟତି ଭଳି କାର୍ଯ୍ୟ ଦ୍ୱିପ୍ରହରରେ କରୁଛନ୍ତି । ଆଉ ଏଥିରେ ମହିଳାମାନେ ମଧ୍ୟ ସଂପୃକ୍ତ ରହୁଛନ୍ତି ।