ଏକ ସନ୍ଦିଗ୍ଧ ବ୍ୟାଗକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ବାସଭବନରେ ଆତଙ୍କ

35

କନକ ବ୍ୟୁରୋ : ନବ ନିର୍ବାଚିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଂପଙ୍କ ବାସଭବନ ନିକଟରେ ଏକ ସନ୍ଦିଗ୍ଧ ବ୍ୟାଗକୁ ନେଇ ଆତଙ୍କ ଖେଳିଯାଇଥିଲା । ଅଘଟଣ ଆଶଙ୍କାରେ ପୁରା ଟ୍ରଂପ ଟାୱାରକୁ ଖାଲି କରିଦିଆ ଯାଇଥିଲା । ତୁରନ୍ତ ନ୍ୟୁୟର୍କ ପୋଲିସର ବୋମା ନିଷ୍କ୍ରିୟକାରୀ ଦଳ ପହଂଚି ବ୍ୟାଗକୁ ସତର୍କତାର ସହ ଖାନତଲାସୀ କରିଥିଲେ । ହେଲେ ତଦନ୍ତ ପରେ ଏହା କେବଳ ଖେଳଣା ଭର୍ତ୍ତି ବ୍ୟାଗ ବୋଲି ଜଣାପଡିଥିଲା ।