ଷ୍ଟେମ ସେଲ ପ୍ରତିରୋପଣ ହେଲା ସଫଳ : ଏଚଆଇଭି ସଂକ୍ରମଣରୁ ମୁକ୍ତ ହେଲେ ଜଣେ ବ୍ୟକ୍ତି

291

ଅସାଧ୍ୟ ଏବଂ ଘାତକ ରୋଗ ଏଡସର ଉପଚାର ଖୋଜୁଥିବା ଗବେଷକଙ୍କ ପାଇଁ ଖୁସି ଖବର । ଲଣ୍ଡନରେ ଜଣେ ବ୍ୟକ୍ତିଙ୍କ ଷ୍ଟେମ ସେଲ୍ ପ୍ରତିରୋପଣ ପରେ ଏଚଆଇଭିରୁ ମୁକ୍ତ ହେବାର ମାମଲା ସାମନାକୁ ଆସିଛି । ଷ୍ଟେମ ସେଲ ପ୍ରତିରୋପଣ ପରେ ଏଡସ ବିଷାଣୁରୁ ମୁକ୍ତ ହେବାର ଏହା ଦ୍ୱିତୀୟ ମାମଲା । ଏହାପୂର୍ବରୁ ବର୍ଲିନରେ ମଧ୍ୟ ଏକ ରୋଗୀ ଏହି ବିଷାଣୁରୁ ମୁକ୍ତି ପାଇସାରିଛନ୍ତି ।

ସୂଚନା ଅନୁସାରେ, ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କ ଏଥିରୁ ମୁକ୍ତି ପାଇବାର ପ୍ରଥମ ମାମଲା ୧୦ ବର୍ଷ ପୂର୍ବେ ଆସିଥିଲା । ଏହାପରେ ଏବେ ଲଣ୍ଡନରେ ଏହି ମାମଲା ସାମନାକୁ ଆସିଛି । ଯେଉଁଥିରେ ପ୍ରତିରୋପଣର ପାଖାପାଖି ୧୯ ମାସ ପରେ ବି ବ୍ୟକ୍ତିଙ୍କ ଠାରେ ବିଷାଣୁର କୌଣସି ସଙ୍କେତ ମିଳିଲାନି । ଏଚଆଇଭି ସଂକ୍ରମିତ ଥିବା ଉଭୟ ପୀଡିତଙ୍କ ରକ୍ତ କ୍ୟାନସରରେ ପୀଡିତ ଥିଲା ଏବଂ ତାଙ୍କ ଅସ୍ଥି ମଜ୍ଜା ପ୍ରତିରୋପଣ କରାଯାଇଥିଲା । ତାଙ୍କୁ ଏମିତି ଏକ ଦୁର୍ଲଭ ଆନୁବଂଶିକ ପରବର୍ତ୍ତନ ଥିବା ଲୋକଙ୍କ ଷ୍ଟେମ ସେଲ ପ୍ରତିରୋପଣ କରାଯାଇଥିଲା ଯାହା ଏଚଆଇଭିର ପ୍ରତିରୋପଣରେ ସକ୍ଷମ ।

କେମ୍ବ୍ରିଜ୍ ବିଶ୍ୱ ବିଦ୍ୟାଳୟର ପ୍ରଫେସରଙ୍କ କହିବାନୁସାରେ, ଅସ୍ଥି ମଜ୍ଜା ପ୍ରତିରୋପଣ ଏକ ବିପଦଜନକ ଏବଂ କଷ୍ଟଦାୟକ ପ୍ରକ୍ରିୟା । ଏହି ଏଚଆଇଭି ଉପଚାରର ବ୍ୟବହାରିକ ବିକଳ୍ପ ନାହିଁ, କିନ୍ତୁ ଷ୍ଟେମ ସେଲ ପ୍ରତିରୋପଣରୁ ଏଡସ ବିଷାଣୁରୁ ମୁକ୍ତି ପାଇବାର ଏହି ଦ୍ୱିତୀୟ ମାମଲା ସାମନାକୁ ଆସିବା ପରେ ବୈଜ୍ଞାନିକଙ୍କୁ ଏହାର ଉପଚାର ଖୋଜିବାରେ ସହାୟତା ମିଳିପାରିବ ।