କନକ ବ୍ୟୁରୋ: ବଲିଉଡ ଆକ୍ସନ ବୟଙ୍କ ନିଆରା ରାମ୍ପ ୱାର୍କ । ଦେହରେ ପୁରା ନିଆଁ ଲଗାଇ ରାମ୍ପ ୱାର୍କରେ ନଜର ଆସିଛନ୍ତି ଏହି ଆକ୍ସନ ଷ୍ଟାର । ଆମେ ଏଠି କହୁଛୁ ବଲିଉଡ ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ କଥା । ମୁମ୍ବାଇରେ ଏକ ଡିଜିଟାଲ ପ୍ଲାଟଫର୍ମ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଅକ୍ଷୟଙ୍କର ଏହି ଅବତାର ଦେଖିବାକୁ ମିଳିଛି । ଷ୍ଟେଜ ଉପରକୁ ଯେତେବେଳେ ଅକ୍ଷୟ କୁମାର ଏଭଳି ଅନ୍ଦାଜରେ ଆସିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ଦର୍ଶକ ଆଶ୍ଚର୍ଯ୍ୟ ହୋଇପଡିଥିଲେ ।
ବ୍ଲାକ କଲର ସୁଟରେ ନଜର ଆସିଥିଲେ ଅକ୍ଷୟ ଏବଂ ନିଆଁରୁୁ ରକ୍ଷା ପାଇବା ପାଇଁ ସେ ନିଜ ସୁଟ ଉପରେ ଏକ ପ୍ରଲେପ ଲିପିଥିଲେ । ଜଣେ ଖତରନାକ ଷ୍ଟଂଟମ୍ୟାନ ଭାବେ ବେଶ ଜଣାଶୁଣା ଅକ୍ଷୟ କୁମାର । ଏଭଳି ଦୁଇ ଥର ଷ୍ଟେଜ ଉପରେ ରାମ୍ପ ୱାର୍କ କରିଥିଲେ ଅକ୍ଷୟ । ବଲିଉଡ ସହ ଅକ୍ଷୟ ଏବେ ଡିଜିଟାଲ ପ୍ଲାଟଫର୍ମରେ ପାଦ ଦେବାକୁ ଯାଉଛନ୍ତି ।
/kanak/media/post_attachments/wp-content/uploads/2017/07/akp1_1485585403_725x725-1-300x200.jpg)
ଏକ ୱେବ ସିରିଜ ପାଇଁ ନିକଟରେ ସେ ସାଇନ ମଧ୍ୟ କରିଛନ୍ତି । ଏହି ୱେବ ସିରିଜଟି ଆକ୍ସନରେ ଭରପୁର ରହିଛି । ୱେବ ସିରିଜ କରିବାକୁ ତାଙ୍କ ପୁଅ ଆରବ ହିଁ ତାଙ୍କୁ ପ୍ରବର୍ତାଇଥିବା ସେ କହିଛନ୍ତି । ଏପରିକି ଆରବଙ୍କୁ ସେ ନିଜର ଗୁରୁ ବୋଲି କହିଛନ୍ତି । ଆରବ ହିଁ ଏଥିପାଇଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅକ୍ଷୟ କହିଛନ୍ତି ।