ଭାଇ ବନିଲା ସଇତାନ୍ ! ଭଉଣିକୁ ଦୁଇ ବର୍ଷ ବାନ୍ଧିକି ରଖିଲା ଭାଇ, ଚାରି ଦିନରେ ଖାଇବାକୁ ଦେଉଥିଲା ଗୋଟିଏ ରୁଟି ।

33

ଦିଲ୍ଲୀରୁ ଏକ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ମହିଳା କମିଶନର ଟିମ୍ ରୋହିଣୀ ଅଞ୍ଚଳରୁ ଜଣେ ୫୦ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ଯାହାଙ୍କୁ ତାଙ୍କ ଭାଇ ଦୁଇ ବର୍ଷ ପାଖାପାଖି ହେବ ବନ୍ଦୀ କରି ରଖିଥିଲା। ମହିଳା କମିଶନର ଟିମ୍ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ନେଇ ଭର୍ତ୍ତି କରିଛନ୍ତି। ମହିଳା କମିଶନର ଟିମ୍ ଯେତେବେଳେ ପଚରା ଉଚରା ଆରମ୍ଭ କରିଥିଲେ ସେତେବେଳେ ଏକ ଆଶ୍ଚର‌୍ୟ୍ୟକର ଘଟଣା ସାମ୍ନାକୁ ଆସିଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀ ମହିଳା କମିଶନକୁ ହେଲପଲାଇନ୍ ନମ୍ବର ୧୮୧ରେ ସୂଚନା ପାଇଲେ କି ଏକ ମହିଳାକୁ ଘରେ ବନ୍ଦୀ କରି ରଖାଯାଇଛି। ଯାହାପରେ ମହିଳା କମିଶନ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। କବାଟ ବାଡେଇବାରୁ ବୃଦ୍ଧା ମହିଳାଙ୍କ ଭାଉଜ କବାଟ ଖୋଲିବେ ନାହିଁ ବୋଲି ମନା କରି ଦେଇଥିଲା। ଏହା ପରେ ମହିଳା କମିଶନ୍ ଟିମ୍ ଦିଲ୍ଲୀ ପୁଲିସର ସାହାଯ୍ୟରେ ପଡୋଶୀ ଘର ଛାତ ଦେଇ ଉକ୍ତ ଘରେ ପହଞ୍ଚିଥିଲେ। ମହିଳା ବହୁ ଅପରିଷ୍କାର ସ୍ଥାନରେ ରହିଥିବା ସେମାନେ ଦେଖିବାକୁ ପାଇଥିଲେ । ୫୦ ବର୍ଷ ମହିଳାଙ୍କୁ ଦେଖିଲେ ୯୦ ବର୍ଷ ଭଲି ଲାଗୁଥିଲା। ମହିଳାଙ୍କୁ ଖୋଲା ଛାତରେ ହିଁ ରଖାଯାଇଥିଲା। ମହିଳାଙ୍କୁ ଠିକ୍ ଭାବେ ଖାଇବାକୁ ଦିଆଯାଉ ନଥିଲା। ତାଙ୍କୁ ପ୍ରତ୍ୟେକ ୪ ଦିନରେ କେବଳ ଗୋଟିଏ ରୁଡି ଖାଇବାକୁ ଦିଆଯାଉଥିଲା। ବହୁତ ଖରାପ ପରିବେଶରେ ତାଙ୍କୁ ରଖାଯାଇଥିଲା। ଉଦ୍ଧାର ବେଳେ ତାଙ୍କ ପୋଷାକରୁ ଦୁର୍ଗନ୍ଧ ବାହାରୁ ଥିଲା। ଠିକ୍ରେ ଖାଇବାକୁ ଦିଆଯାଉ ନଥିବାରୁ ସେ ଖୁବ୍ ଦୁର୍ବଳ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।