ରେଲୱେରେ ଚାକିରୀ କରିବା ପାଇଁ ଇଚ୍ଛୁକ ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲୱେରେ ଆରପିଏଫ/ଆରପିଏସଏଫରେ ୯,୫୦୦ ପଦ ପାଇଁ ବିଜ୍ଞପ୍ତି ବାହାର କରିଛନ୍ତି । ଇଚ୍ଛୁକ ପ୍ରାର୍ଥୀ indianrailways.gov.in କୁ ଯାଇ ଅଧିକ ସୂଚନା ପାଇପାରିବେ । ଏହି ଖାଲି ପଦବୀ ଗୁଡିକରେ ୫୦ ପ୍ରତିଶତ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି । ଅଶାୟୀ ପ୍ରାର୍ଥୀ ୧ ଜୁନରୁ ୩୦ ଜୁନ, ୨୦୧୮ ମଧ୍ୟରେ ଆବେଦନ କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ପଦବୀ ସଂଖ୍ୟା : ୯,୭୩୯
ପଦବୀର ନାମ :
କନେଷ୍ଟବଳ-୮୬୧୯ ପଦ
ପୁରୁଷ-୪,୪୦୩ ପଦ
ମହିଳା-୪,୨୧୬ ପଦ
ଶୈକ୍ଷିକ ଯୋଗ୍ୟତା : କୈାଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ୧୦ମ ପାସ ହୋଇଥିବା ଜରୁରୀ
ବୟସ ସୀମା : ୧୮-୨୫ ବର୍ଷ
ସବ୍-ଇନସପେକ୍ଟର-୧୧୨୦
ପୁରୁଷ-୮୧୯
ମହିଳା-୩୦୧
ଶୈକ୍ଷିକ ଯୋଗ୍ୟତା : କୈାଣସି ମାନ୍ୟତା ପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏଟ ହୋଇଥିବେ
ଦରମା :
କନେଷ୍ଟବଳ-୨୧,୭୦୦ ଟଙ୍କା ପ୍ରତି ମାସ + ଅନ୍ୟ ଆଲାଉନ୍ସ
ସବ୍-ଇନସପେକ୍ଟର- ୩୫,୪୦୦ ଟଙ୍କା ପ୍ରତି ମାସ + ଅନ୍ୟ ଆଲାଉନ୍ସ
ଚୟନ ପ୍ରକ୍ରିୟା : ଶାରୀରିକ ସାମର୍ଥ୍ୟ ପରୀକ୍ଷା, ଲିଖିତ ପରୀକ୍ଷା ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ ଆଧାରରେ
ଆବେଦନ ପ୍ରକ୍ରିୟା :
• ଆଶାୟୀ ପ୍ରାର୍ଥୀ ସର୍ବପ୍ରଥମେ ଭାରତୀୟ ରେଳବାଇ ଅଫିସିଆଲ ୱେବସାଇଟ indianrailways.gov.in କୁ ଯାଆନ୍ତୁ ।
• ହୋମପେଜରେ ଦେଖାଯାଉଥିବା ରିକ୍ରୁଟମେଣ୍ଟ ଟ୍ୟାବରେ କ୍ଲିକ କରନ୍ତୁ ।
• ଏହି ସେକ୍ସନରେ ସମସ୍ତ ରିକ୍ରୁଟମେଣ୍ଟ ପୋଷ୍ଟର ଡିଟେଲ୍ସ ଦେଖାଯିବ ।
• ଲେଟେଷ୍ଟ ଆରପିଏଫ କନେଷ୍ଟବଳ ରିକ୍ରୁଟମେଣ୍ଟ ନୋଟିଫିକେସନ ଉପରେ କ୍ଲିକ କରନ୍ତୁ ଯାହା ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ।
• ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ଭଲରେ ପଢ଼ି ନିଅନ୍ତୁ ।
• ଏହା ପରେ ଉପଲବ୍ଧ ଲିଙ୍କ ଉପରେ କ୍ଲିକ କରନ୍ତୁ ଏବଂ ଆରପିଏଫ ଆପ୍ଲିକେସନ ଫର୍ମ ଡାଉନଲୋଡ କରନ୍ତୁ ।
• ଶୈକ୍ଷିକ ଦସ୍ତାବିଜ ହିସାବରେ ଆବଶ୍ୟକୀୟ ସୂଚନା ଭରନ୍ତୁ ।
• ଜାତିଗତ ପ୍ରମାଣ ପତ୍ର, ଆୟର ପ୍ରମାଣ ପତ୍ର ଏବଂ ଶୈକ୍ଷିକ ମେମୋ ଭଳି ଦସ୍ତାବିଜକୁ ସଂଲଗ୍ନ କରନ୍ତୁ ।
• ଲେଟେଷ୍ଟ ପାସପୋର୍ଟ ସାଇଜ ଫୋଟୋଗ୍ରାଫ ସଂଲଗ୍ନ କରନ୍ତୁ ।
• ଆପ୍ଲିକେସନ ଫର୍ମ ସହ ପୋଷ୍ଟଅଫିସ ବା ବ୍ୟାଙ୍କ ଚାଲାଣ ସଂଲଗ୍ନ କରନ୍ତୁ ।
• ଆରପିଏଫ ରିକ୍ରୁଟମେଣ୍ଟକୁ ଏହି ଠିକଣାରେ ପଠାନ୍ତୁ : ଚିଫ ସିକ୍ୟୁରିଟି କମିଶନର, ନର୍ଥ-ଇଷ୍ଟର୍ଣ୍ଣ ରେଲୱେ ଏବଂ କୋ-କୋଡିନେଟିଙ୍ଗ ନୋଡାଲ ଚିଫ ସିକ୍ୟୁରିଟି ଅଫିସର, ଗୋରଖ ପୁର
ଅନଲାଇନ ଆବେଦନର ଆରମ୍ଭ : ୧ ଜୁନ, ୨୦୧୮
ଅନଲାଇନ ଆବେଦନର ଶେଷ ତାରିଖ : ୩୦ ଜୁନ, ୨୦୧୮