କେନାଲରୁ ଉଦ୍ଧାର ହେଲା ୮ ଫୁଟର ଅଜଗର । ମୁହଁରେ ବନ୍ଧା ହୋଇଥିଲା ସେଲୋଟେପ୍, ଚୋରା ଚାଲାଣ ହେଉଥିବା ସନ୍ଦେହ ।

37

କନକ ବ୍ୟୁରୋ: ଚୋରା ଚାଲଣ ହେଉଥିବା ଅଜଗର ଉଦ୍ଧାର ! ବାରିପଦାରୁ ଉଦ୍ଧାର ହେଲା ମୁହଁରେ ସେଲୋଟେପ୍ ବନ୍ଧା ୮ ଫୁଟର ଅଜଗର । ବାରିପଦା ବମ୍ବେଇ ଛକ ପାଖ ଶିରିଶା ଗାଁ କେନାଲରୁ ଅଜଗରକୁ ଉଦ୍ଧାର କରିଲେ ସ୍ନେକ ହେଲପ ଲାଇନ ସଦସ୍ୟ । ଗାଁ ପାଖ କେନାଲରେ ବିରାଟ ଅଜଗରକୁ ଦେଖି ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ ଅଂଚଳର ଯୁବକ ।

ତେବେ ସ୍ନେକ ହେଲପ ଲାଇନ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ପହଁଚି କେନାଲରୁ ସାପକୁ ଉଦ୍ଧାର କରିଥିଲେ । ହେଲେ ସାପ ମୁହଁରେ ସେଲୋଟେପ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ସ୍ନେକ ହେଲପଲାଇନ ସଦସ୍ୟ କୃଷ୍ଣଚନ୍ଦ୍ର ଗୋଛାୟତ ସାପ ମୁହଁରୁ ସେଲୋଟେପ କାଢି ବନ ବିଭାଗକୁ ହସ୍ତାନ୍ତର କରିଦେଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଅଜଗରକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି । ଅଜଗର ମୁହଁକୁ ସେଲୋଟେପରେ ବନ୍ଧା ଯାଇଥିବାରୁ କେହି ସାପ ଚୋରା ଚାଲାଣ କରୁଥିବା ସନ୍ଦେହ କରାଯାଉଛି ।