କୌନ ବନେଗା କରୋଡପତିରେ ଓଡି଼ଆ ଯୁବକଙ୍କ କମାଲ ! ଅମିତାଭଙ୍କ ସହ ହଟ୍ ସିଟରେ ବସିଲେ ରବି କୁମାର, ଜିତିଲେ ୨୫ଲକ୍ଷ ପୁରସ୍କାର ।

75

କନକ ବ୍ୟୁରୋ : କୌନ ବନେଗା କେରୋଡ ପତିରେ ଓଡି଼ଆ ଯୁବକଙ୍କ କମାଲ । କେବିସିରେ ସଠିକ ଉତ୍ତର ଦେଇ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଛନ୍ତି ଓଡିଆ ଯୁବକ । ଏହି ସଫଳତା ହାସଲ କରିଛନ୍ତି ନାଲକୋ କର୍ମଚାରୀ ନମ୍ବଲା ରବି କୁମାର । କୋରାପୁଟ ଜିଲ୍ଲା ଦାମନେଯାଡିର ରବି କୁମାରଙ୍କ ସଫଳତା ଓଡିଶାର ଗୌରବ ବଢାଇଛି । ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ରିଏଲିଟି ସୋ କେବିସିରେ ୨୫ଲକ୍ଷ ଟଙ୍କା ଜିତିଛନ୍ତି ରବି କୁମାର ।

ଗତ ଗୁରୁବାର ପ୍ରସାରିତ ହୋଇଥିଲା ସେଇ ଏପିସୋଡ । ବଲିଉଡ ବାଦଶାହ ଅମିତାଭ ବଚ୍ଚନଙ୍କ ସହ ହଟ୍ ସିଟରେ ବସିଥିଲେ ଏନ୍ ରବି କୁମାର । କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପତ୍ନୀ ଏନ. ରେଣୁକା ତାଙ୍କ ଉତ୍ସାହ ବଢାଇଥିଲେ । ଅମିତାଭ ବଚ୍ଚନଙ୍କ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର ଦେଇଥିଲେ ରବି କୁମାର । ଆଉ ଶେଷରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଜିତିଥିଲେ । ଏନ. ରବି କୁମାର ୨୦୦୦ ମସିହାରୁ କୌନ ବନେଗା କରୋଡପତି ପାଇଁ ପ୍ରସ୍ତୁତି ଚଲାଇଥିଲେ । ଆଉ ଏହି ପ୍ରସ୍ତୁତିରେ ପତ୍ନୀ ଏନ ରେଣୁକା ସହଯୋଗ କରିଥିବା କହିଛନ୍ତି ଏନ. ରବି କୁମାର । ତେବେ ରବି କୁମାରଙ୍କ ଏହି ସଫଳତା ଓଡିଶାର ଗୌରବ ବଢାଇଛି ।