ଖୋଲୁଛି ବାବା ଗୁରମିତ ରାମରହିମଙ୍କ ଅଚଳ ସମ୍ପତିର ଗୁମର! ଡେରା ସଚ୍ଚା ସୌଦା ଆକାଉଂଟରୁ ୭୫ କୋଟି ଟଙ୍କା ଜବତ

48

ଧୀରେ ଧୀରେ ବାବା ରାମରହିମଙ୍କ ପାପର ପେଡି ଖୋଲିବାରେ ଲାଗୁଛି । କିଭଳି ବାବା ଅୟସ ଆରାମରେ ଜୀବନ ଅତିବାହିତ କରୁଥିଲେ ତାହର ପ୍ରମାଣ ସାମ୍ନାକୁ ଆସିଛି । ତା ଛଡା ବାବା ରାମରହିମଙ୍କ ଅଚଳାଚଳ ସମ୍ପତିର ଗୁମର ଖୋଲିବାରେ ଲାଗିଛି । ରାମରହିମଙ୍କ ଡେରା ସଚ୍ଚା ସୌଦା ଆକାଉଣ୍ଟରୁ ୭୪ କୋଟି ୯୬ ଲକ୍ଷ ଟଙ୍କା ଜବତ ହୋଇଛି । କେବଳ ଏତିକି ନୁହେଁ ରାମ ରହିମଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭ କୋଟି ୭୨ ଲକ୍ଷ ଓ ତାଙ୍କ ପାଳିତା କନ୍ୟା ହନିପ୍ରୀତଙ୍କ ନାଁରେ ଥିବା ୬ଟି ବ୍ୟାଙ୍କ ଖାତାରୁ ୧ କୋଟି ଟଙ୍କା ଜବତ ହୋଇଛି ।

ram-rahim-ସେହିପରି ରାମରହିମଙ୍କ ପ୍ରଡକ୍ସନ କମ୍ପାନୀ ହକିକତ ଏଂଟରଟେନମେଂଟର ୨୦ଟି ବ୍ୟାଙ୍କ ଆକାଉଂଟରୁ ୫୦କୋଟି ଟଙ୍କା ଜବତ ହୋଇଛି । ଏହା ପୁର୍ବରୁ ଡେରାର ପାଖାପାଖି ୯୦ଟି ବ୍ୟାଙ୍କ ଆକଉଂଟକୁ ସିଜ କରାଯାଇଥିଲା । ଡେରା ସଚ୍ଚା ସୌଦାର ମୋଟ ୫୦୪ଟି ବ୍ୟାଙ୍କ ଆକାଉଂଟ ରହିଥିବା ଜଣାପଡିଛି । ଏଥିରେ ୪୯୫ଟି ସିରସାର ରହିଥିବାବେଳେ ୪୭୩ ସେଭିଙ୍ଗସ ଓ ଟର୍ମ ଡିପୋଜିଟ ଆକାଉଂଟ ରହିଛି । ତେବେ ମୋଟ ଉପରେ ସିରସାରେ କେବଳ ଡେରା ମୁଖ୍ୟଙ୍କର ୧ହଜାର ୪୩୫ କୋଟି ଟଙ୍କାର ଅଚଳ ସମ୍ପତି ଥିବା ଜଣାପଡିଛି ।

ରାମ ରହିମ, ଅମରପ୍ରୀତ୍, ଚରଣପ୍ରୀତ, ଜସମୀତ ଓ ହନିପ୍ରୀତଙ୍କ ନାଁରେ ଫିକ୍ସ ଡିପୋଜିଟ ଓ ସେଭିଙ୍ଗସ ରହିଛି । ସିରସାରେ ରାମରହିମଙ୍କ ୧୨ଟି ବ୍ୟାଙ୍କ ଆକାଉଂଟ ଓ ଏଚଡିଏଫସି ବ୍ୟାଙ୍କରେ ୧୧ଟି ଫିକ୍ସ ଡିପୋଜିଟ ରହିଥିବା ଜଣାପଡିଛି । ତେବେ ଏଥିରେ ଗୋଟିଏ ଆକାଉଂଟରେ ୧କୋଟି ୫୦ ଲକ୍ଷ ଟଙ୍କା ରହିଥିବାବେଳେ ଅନ୍ୟ ଆକାଉଂଟଗୁଡିକରେ ୩୫ରୁ ୯୫ ଲକ୍ଷ ଟଙ୍କା ରହିଥିବା ଜଣାପଡିଛି । ସେହିପରି ହନିପ୍ରୀତଙ୍କ ନାଁରେ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସରେ ୬ଟି ବ୍ୟାଙ୍କ ଆକାଉଂଟ ରହିଛି ।