ଧନତେରାସରେ ଟ୍ରାଫିକ ଜାମର ସମ୍ମୁଖୀନ ହେଲେ ଦିଲ୍ଲୀବାସୀ : ଗୁରୁଗ୍ରାମରେ ୬ କିଲୋମିଟରରେ ଲମ୍ବା ଜାମ

ଟ୍ରାଫିକ ନିୟନ୍ତ୍ରଣ ଫେଲ୍ ମାରିବା ଫଳରେ ଦୀର୍ଘ ୬କିଲୋମିଟର ପର୍ଯ୍ୟନ୍ତ ଗାଡି ଗୁଡିକ ଅଟକି ରହିଥିଲା

84

କନକ ବ୍ୟୁରୋ : ଧନତେରସ ମଜାରେ ପଡିଲା ଭଟ୍ଟା । ୬କିଲୋମିଟର ପର୍ଯ୍ୟନ୍ତ ଅଟକି ରହିଲା ଗାଡି ମୋଟର । ଧନତେରସ ଅବସରରେ ଟ୍ରାଫିକ ଜାମର ସମ୍ମୁଖିନ ହେଲେ ଦିଲ୍ଲୀବାସୀ । ଗୁରୁଗ୍ରାମଠାରୁ ଆରମ୍ଭ କରି ଦିଲ୍ଲୀ, ନୋଏଡା ଓ ଗାଜିଆବାଦର ରାସ୍ତାରେ ଦୀର୍ଘ ସମୟ ଧରି ହଜାର ହଜାର ଗାଡି ମୋଟର ଅଟକ ରହିଥିଲା । ଟ୍ରାଫିକ ନିୟନ୍ତ୍ରଣ ଫେଲ୍ ମାରିବା ଫଳରେ ଦୀର୍ଘ ୬କିଲୋମିଟର ପର୍ଯ୍ୟନ୍ତ ଗାଡି ଗୁଡିକ ଅଟକି ରହିଥିଲା । ଭାରତରେ ଥିବା ମେଟ୍ରୋସିଟି ଗୁଡିକରେ ଟ୍ରାଫିକ ଜାମ ଏକ ସାଧାରଣ କଥା । ସାଧାରଣ ଦିନରେ ହେଉଥିବା ଜାମରେ ଲୋକମାନେ କହିବାକୁ ଗଲେ ଅଭ୍ୟସ୍ତ । ହେଲେ ଗତକାଲି ଧନତେରସ ପାଇଁ ଭୟଙ୍କର ଟ୍ରାଫିକ ଜାମ ଦେଖିବାକୁ ମିଳିଥିଲା ।

 

ପରିସ୍ଥିତି ଏପରି ହୋଇଥିଲା ଯେ, ପାଖାପାଖି ୬ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ ଜାମ ହୋଇରହିଥିଲା । ଲୋକମାନେ ଧନତେରସ ପାଇଁ ସୁନା ଦୋକାନରେ ପ୍ରବଳ ଭିଡ ଜମାଇଥିଲେ । ତେଣୁ ପାର୍କିଂ ପାଇଁ ଆବଶ୍ୟକୀୟ ଜାଗା ନଥିବାରୁ ଏପରି ସମସ୍ୟା ଦେଖାଯାଇଥିଲା । ଏପରିକି ଟୋଲପ୍ଲାଜାରେ ଏତେ ମାତ୍ରାରେ ଭିଡ ଜମିଥିଲା ଯେ, ସାଧାରଣ ଲୋକମାନେ ନାନାପ୍ରକାର ଅସୁବିଧାର ସାମନା କରିଥିଲେ । ରାସ୍ତାର ଉଭୟ ପାଶ୍ୱର୍ରେ ଗାଡି ଗୁଡିକ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଏତେ ମାତ୍ରାରେ ଜାମ ଦେଖି ଟ୍ରାଫକ ଦାୟିତ୍ୱରେ ଥିବା ହଡବଡେଇ ଯାଇଥିଲେ ।

 

ତେବେ ଟ୍ରାଫିକ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, ସହରରେ ଏତେ ମାତ୍ରାରେ ଜାମ ପରିସ୍ଥିତି ହୋଇଥିଲା ଯେ, ଆମେ ମାନେ କେଉଁ ଆଡେ ଗାଡି ଗୁଡିକୁ ଯିବା ପାଇଁ କହିବୁ ତାହା ଜାଣିପାରିନଥିଲେ । ଏହାସହ ପ୍ରବଳ ଧୂଆଁ ମଧ୍ୟ ଦୂରରେ ଥିବା ଗାଡିଗୁଡିକୁ ସିଗନାଲ ଦେଖିପାରିନଥିଲେ । ରାସ୍ତାରେ ପାଖାପାଖି ୪ ଘଣ୍ଟା ପର୍ଯ୍ୟନ୍ତ ଗାଡି ଗୁଡିକ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବାର ଦେଖାଯାଇଥିଲା । ତେବେ ବିଳମ୍ବିତ ରାତିରେ ଏପରି ଭିଡରୁ ସାମାନ୍ୟ ମୁକ୍ତି ପାଇଥିଲେ ଲୋକ । ହେଲେ ଏପରି ଭାବରେ ଜାମରେ ଦିଲ୍ଲୀ ହୋଇଥିଲା ଅସ୍ତବ୍ୟସ୍ତ ।