ବିକୃତ ମାନସିକତା ! ବୋହୂକୁ ବିବାହ କରିବା ପାଇଁ ପୁଅକୁ ଜୀବନରୁ ମାରିଦେଲେ ୬୨ ବର୍ଷିୟ ବ୍ୟକ୍ତି 

517

କନକ ବ୍ୟୁରୋ : ବୋହୂକୁ ବିବାହ କରିବା ପାଇଁ ପୁଅକୁ ହତ୍ୟାକଲେ ୬୨ ବର୍ଷିୟ ବ୍ୟକ୍ତି । କେବେଳ ଯେ ମାରିଦେଲେ ତା’ନୁହେଁ ଅତି ନୃଶଂସଭାବେ ପୁଅର ଶବକୁ ଖଣ୍ଡ ଖଣ୍ଡ ମଧ୍ୟ କରିଦେଲା ଅଭିଯୁକ୍ତ । ପଞ୍ଜାବରେ ଘଟିଛି ଏପରି ଅଭାବନୀୟ ଘଟଣା ।  ସୂଚନାଯୋଗ୍ୟ ମଙ୍ଗଳବାର ରାତିରେ ୪୦ ବର୍ଷିୟ ପୁଅକୁ ହତ୍ୟା କରିଥିବା ଅଭିଯୋଗରେ ଫରିଦକୋଟର ଜାଇତୁ ସବ୍-ଡିଭିଜନ୍ ଅନ୍ତର୍ଗତ ଦାବ୍ରି ଖାନା ଗ୍ରାମର ଜଣେ ୬୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।  ଗିରଫ ବ୍ୟକ୍ତି ଜଣଙ୍କର ମୃତ ପୁତ୍ରଙ୍କର ପତ୍ନୀଙ୍କ ସହ ଅବୈଧ ସମ୍ପର୍କ ଥିଲା ବୋଲି କୁହାଯାଇଛି । ପୁଅ ରାଜଓ୍ଵିନ୍ଦର ସିଂହ ତା’ କୋଠରିରେ ଶୋଇଥିବା ସମୟରେ ଅଭିଯୁକ୍ତ ଛୋଟା ସିଂହ ତାଙ୍କୁ ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ହତ୍ୟା କରିଥିଲେ । ହତ୍ୟା କରିବା ପରେ ସେ ପୁଅର ଶବକୁ ଖଣ୍ଡ ଖଣ୍ଡ କରି କାଟି ପ୍ଲାଷ୍ଟିକ୍ ମୁଣାରେ ପୂରାଇ ନର୍ଦ୍ଦମାରେ ଫିଙ୍ଗି ଦେଇଥିଲେ।

ପୁଲିସ କହିବା ଅନୁସାରେ, ପ୍ଲାଷ୍ଟିକ୍ ମୁଣାକୁ ଫିଙ୍ଗିବାକୁ ଗଲାବେଳେ ତାଙ୍କ ପୁତୁରା ଗୁରୁଚରଣ ସିଂହଙ୍କ ନିଦ ଭାଙ୍ଗିଗଲା । ଘରେ ରକ୍ତ ଛିଟା ଦେଖି ସେ ଜାଣିଲେ କି, ଛୋଟା ରାଜଓ୍ଵିନ୍ଦର୍ଙ୍କୁ ହତ୍ୟା କରିଛନ୍ତି । ତୁରନ୍ତ ସେ ତାଙ୍କୁ କାବୁ କରି ପୁଲିସରେ ଦେଇଥିଲେ। ମୃତ ରାଜଓ୍ଵିନ୍ଦର୍ଙ୍କ ବଡ଼ଭାଇ ରାଜଓ୍ଵିର୍ ସିଂହ ୧୨ ବର୍ଷ ତଳେ ଯଶବୀର କୌର୍ଙ୍କୁ ବିଭା ହୋଇଥିଲେ ଓ ସେମାନଙ୍କର ଦୁଇଟି ପିଲା ଅଛନ୍ତି । ଯଶବୀରଙ୍କ ସହ ଅବୈଧ ସମ୍ପର୍କ ଥିବା ଅଭିଯୋଗରୁ ବାପା ଛୋଟା ଓ ପୁଅ ମଧ୍ୟରେ  ଗଣ୍ଡୋଗୋଳ ଲାଗିରହିଥିଲା । ଛୋଟା ଯଶବୀରଙ୍କୁ ବିବାହ କରିବାକୁ ଯୋଜନା କରୁଥିବା କଥା ପୁଲିସ କହିଛି।