ଦିଲ୍ଲୀ ସରକାର ଓ ଉପ-ରାଜ୍ୟପାଳ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ! ରାଜ୍ୟପାଳଙ୍କୁ ଜମି, ପୋଲିସ ଓ ଆଇନଶୃଂଖଳା କ୍ଷମତା ଓ ଦିଲ୍ଲୀ ସରକାରଙ୍କୁ କାର୍ଯ୍ୟପାଳିକା କ୍ଷମତା
କନକ ବ୍ୟୁରୋ : କନକ ବ୍ୟୁରୋ : ଦିଲ୍ଳୀର ମାଲିକ କିଏ? ଦିଲ୍ଳୀରେ ଚାଲିବ କାହାର ହୁକୁମ? ଦୀର୍ଘ ଦିନ ହେବ ଦିଲ୍ଲୀରେ ଏହାକୁ ନେଇ ଉପରାଜ୍ୟପାଳ ଓ ଦିଲ୍ଳୀ ସରକାରଙ୍କ ଭିତରେ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି ରାଜ୍ୟପାଳଙ୍କ ପାଖରେ ଜମି, ପୋଲିସ ଓ ଆଇନଶୃଂଖଳା ପରିଚାଳନା କରିବାର କ୍ଷମତା ରହିବ । ଦିଲ୍ଲୀ ସରକାରଙ୍କ ପାଖରେ ରହିବ କାର୍ଯ୍ୟପାଳିକା କ୍ଷମତା । ସେହିପରି ବିଦ୍ୟୁତ୍ ବିଲ୍ ଦେୟ ଓ ଅନ୍ୟାନ୍ୟ ସେବା ପ୍ରସଙ୍ଗରେ ଦିଲ୍ଳୀ ସରକାରଙ୍କ ପାଖରେ ଅଧିକାର ରହିବ ବୋଲି କହିଛନ୍ତି ଦୁଇ ଜଣିଆ ଖଣ୍ଡପୀଠ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସ୍ଥାନାନ୍ତର ଓ ନିଯୁକ୍ତିକୁ ନେଇ ଦୁଇ ବିଚାରପତିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା ।ଜଷ୍ଟିସ୍ ସିକ୍ରି ଶୁଣାଣିରେ କହିଛନ୍ତି କୌଣସି ଅଫିସରଙ୍କ ନିଯୁକ୍ତି ଓ ଟ୍ରାନ୍ସଫରକୁ ନେଇ ଉପରାଜ୍ୟପାଳ, ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳର ପରାମର୍ଶ ନେଇ ନିଷ୍ପତି ନେଇପାରିବେ । ଏହାକୁ ନେଇ ବିଭେଦ ଦେଖାଦେଇଛି । ଏପରିକି କୌଣସି ନିଷ୍କର୍ସ ବାହାରି ନପାରିବାରୁ ଏହି ପ୍ରସଙ୍ଗକୁ ତିନି ଜଣିଆ ବଡ ବେଂଚକୁ ପଠାଇ ଦେବାକୁ ନିଷ୍ପତି ନେଇଛନ୍ତିି ଖଣ୍ଡପୀଠ । ଦୀର୍ଘ ଦିନ ହେବ ଦିଲ୍ଲୀରେ ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦିଲ୍ଲୀ ସରକାର । କେଜ୍ରିୱାଲ ସରକାର ଆସିବା ଦିନଠାରୁ ବାରମ୍ବାର ଦିଲ୍ଲୀର ଉପରାଜ୍ୟପାଳ ଓ ଦିଲ୍ଲୀ ସରକାର ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ।
ଆସନ୍ତୁ ଜାଣିବା ଦିଲ୍ଲୀରେ କାହା ପାଖାରେ ରହିବ କେଉଁ କ୍ଷମତା?
– ଜମି,ଆଇଶୃଂଖଳା ଓ ପୋଲିସ କ୍ଷମତା କେନ୍ଦ୍ର ପାଖରେ ରହିବ
– ରାଜସ୍ୱ ଆଦାୟ କ୍ଷମତା ଦିଲ୍ଳୀ ସରକାରଙ୍କ ପାଖରେ ରହିବ
– ବିଦ୍ୟୁତ୍ ବିଲ୍, ଦେୟ ନିର୍ଦ୍ଧାରଣ ଓ ବିଭାଗରେ ନିଯୁକ୍ତି ଦିଲ୍ଲୀ ସରକାରଙ୍କ ପାଖରେ ରହିବ
– ପବ୍ଲିକ୍ ପ୍ରସିକ୍ୟୁଟର ନିଯୁକ୍ତି ଉପରାଜ୍ୟପାଳଙ୍କ ଅଧିନରେ ରହିବ
– କମିଶନ ଏନକ୍ୟୁରୀ କେନ୍ଦ୍ର ଅଧୀନରେ ରହିବ
– ନିଯୁକ୍ତି ନେଇ ୨ବିଚାରପତିଙ୍କ ଭିତରେ ମତଭେଦ
Justice AK Sikri holds transfers of posting of Joint Secretary&above officers are in the domain of LG while other officers fall under Delhi govt, however, in case of difference of opinion, view of LG to prevail. Anti Corruption Bureau to come under LG.
— ANI (@ANI) February 14, 2019