ବୟସ ଉପରେ ଭାରୀ ପଡିଲା ଉତ୍ସାହ : ୫୦-୮୦ ବର୍ଷର ଜେଜେମା’ ଓ ଆଇ ଶିଖୁଛନ୍ତି ହିପ୍-ହପ୍-ଫ୍ରି ଷ୍ଟାଇଲ ଡ୍ୟାନ୍ସ

47

ଜୀବନ ବଂଚିବାର ଉତ୍ସାହ ବୟସକୁ ପଛରେ ପକାଇପାରେ । ଏହାର ଉଦାହରଣ ହେଉଛନ୍ତି ଅହମଦାବାଦର ସ୍ୱିଟ୍-୧୬ ଡ୍ୟାନ୍ସ ଗ୍ରୁପ୍ । ଏହି ଗ୍ରୁପ୍ ରେ ସମସ୍ତେ ମହିଳା ଅଛନ୍ତି ଓ ବୟସ ୫୦-୮୦ ବର୍ଷ ମଧ୍ୟରେ । ଜେଜେମା’-ଆଇଙ୍କ ଏହି ଗ୍ରୁପ୍ ଗତ କିଛି ସମୟରୁ ଚର୍ଚ୍ଚାରେ ଅଛି । ଏହାର କାରଣ ହେଉଛି- ହିପହପ୍, ଫ୍ରି-ଷ୍ଟାଇଲ, ଟ୍ରେଡିସନାଲ, ସ୍ଲୋ-ମୋଶନ୍ ଓ ମୁନ୍-ୱାକିଙ୍ଗ ଶୈଳୀରେ ଡ୍ୟାନ୍ସ କରନ୍ତି ।

୮୦ ବର୍ଷ ପର୍ଯ୍ୟନ୍ତ ବୟସର ଏହି ଗ୍ରୁପ୍ ରେ ବୃଦ୍ଧା ମହିଳାଙ୍କ ଗୋଡ ଓ ଆଣ୍ଠୁରେ ଯନ୍ତ୍ରଣା ବି ରହେ । କିନ୍ତୁ ଡ୍ୟାନ୍ସ ଶିଖିବା ଇଚ୍ଛାରେ ଯନ୍ତ୍ରଣା କୁଆଡେ ଚାଲିଯାଏ । ଗ୍ରୁପ୍ ର ସଦସ୍ୟଙ୍କ ମଧ୍ୟରେ ୩ ଜଣ ଶିକ୍ଷକ ଅଛନ୍ତି, ଯେଉଁମାନେ ସ୍କୁଲରେ ପ୍ରିନ୍ସିପାଲ ବି ରହିସାରିଛନ୍ତି । ୨ ଜଣ ମହିଳା ବ୍ୟାଙ୍କ କର୍ମୀ ରହିସାରିଛନ୍ତି । ଏମାନଙ୍କ ମଧ୍ୟରୁ କିଛି ମହିଳାମାନେ ଭାରତନାଟ୍ୟମ୍ ଓ କଥକର ପ୍ରଶିକ୍ଷଣ ବି ନେଇଛନ୍ତି । ଏହି ଗ୍ରୁପର ୪୫ ଜଣ ମହିଳା ଡ୍ୟାନ୍ସ ଶିଖିସାରିଛନ୍ତି । ଏହି ଗ୍ରୁପ୍ ଏପର୍ଯ୍ୟନ୍ତ ଗୁଜରାତ ଓ ମୋରବୀରେ ନୃତ୍ୟ ପ୍ରଦର୍ଶନ କରିସାରିଛନ୍ତି । ଏହି ଡ୍ୟାନ୍ସ ଗ୍ରୁପ୍ ର କୋରିଓଗ୍ରାଫର୍ ହେଉଛନ୍ତି ସ୍ୱାତୀ ପଟେଲ । ତାଙ୍କ ଶାଶୁ ବି ଗ୍ରୁପ୍ ର ସଦସ୍ୟ । ସ୍ୱାତୀ ଏହି ମହିଳା ସମୂହଙ୍କ ଠାରୁ ଫିସ୍ ନିଅନ୍ତିନି ।