୫୦ ଦିନରେ ପହଂଚିଲା ନୋଟବନ୍ଦୀ ! ବ୍ୟାଙ୍କ ବ୍ୟବସ୍ଥାକୁ ଫେରି ଆସିଲା ୯୦% ଅଚଳ ଟଙ୍କା

23

କନକ ବ୍ୟୁରୋ : ୫୦ ଦିନରେ ପହଁଚିଲା ନୋଟ୍ ବନ୍ଦୀ । କିନ୍ତୁ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଆଶ୍ଚର୍ଯ୍ୟ କରି ପ୍ରାୟ ୯୦ ପ୍ରତିଶତ ଅଚଳ ଟଙ୍କା ବ୍ୟାଙ୍କ ବ୍ୟବସ୍ଥାକୁ ଫେରିଆସିଛି । ଦେଶରେ ମୋଟ ୧୫ ଲକ୍ଷ ୪୦ ହଜାର କୋଟିର ଅଚଳ ଟଙ୍କାରୁ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କା ବ୍ୟାଙ୍କରେ ଜମା ହୋଇସାରିଲାଣି ।

ଏହି ଗୁରୁତ୍ୱପୂର୍ଣ୍ଣ ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଯେତେ ପରିମାଣରେ କଳା ଟଙ୍କା ଭାରତ ବଜାରରେ ଅଛି ବୋଲି କେନ୍ଦ୍ର ସରକାର ଆକଳନ କରିଥିଲେ , ତାହା କଣ ଭୁଲ୍ ଆକଳନ ଥିଲା । ତେବେ ସରକାରୀ ଅଧିକାରୀ ମାନେ କହିଛନ୍ତି , ଏହି ପଦକ୍ଷେପ ଦ୍ୱାରା ସରକାର ବହୁ ପରିମାଣରେ ରାଜସ୍ୱ ପାଇବେ ।

ସେପଟେ କଳାଧନକୁ ଧଳା କରିବା ପାଇଁ ସରକାର ଆଉ ଏକ ଯୋଜନା ମଧ୍ୟ କରିଛନ୍ତି । ନିଜ ତରଫରୁ ଘୋଷଣା କଲେ ୫୦% ଜରିମାନା ଓ ୨୫ % ଟଙ୍କା ଗରିବ କଲ୍ୟାଣ ପାଣ୍ଠିରେ ୪ ବର୍ଷ ପାଇଁ ଲକ୍ – ଇନ୍ ପରିଚୟରେ ରହିବ । ତେବେ ସରକାରୀ ଅଧିକାରୀ ଅଧିକାରୀଙ୍କ କହିବା ଅନୁସାରେ ୯୦% ଅଚଳ ଟଙ୍କା ଫେରି ଆସିବା ପରେ ସରକାରଙ୍କ ରାଜସ୍ୱ ଆଦାୟ ଯଥେଷ୍ଟ ପରିମାଣରେ ବଢିବ । କିନ୍ତୁ ପ୍ରଶ୍ନ ଉଠୁଛି

• କଳା ଟଙ୍କା ଗଲା କୁଆଡେ ?
• କଳା ଟଙ୍କାକୁ ଧଳା କରିବାର ବାଟ ଫିଟି ଯାଇଛି କି ?
• ସରକାରଙ୍କ ଅନୁମାନ ଭୂଲ ଥିଲା କି ?