ସାକ୍ଷାତକାର ପାଇଁ ଗଲାବେଳେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ! ପାଇବେ ନିଶ୍ଚିତ ସଫଳତା

67

ଆଜିକାଲି ନିଯୁକ୍ତି ପାଇବା ବହୁତ କଷ୍ଟ । ନିଯୁକ୍ତି ପାଇଁ ଅନେକ ଚେଷ୍ଟା କଲା ପରେ ବି ବହୁତ ଲୋକ କମ୍ ସଫଳ ହୋଇଥାନ୍ତି । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଓ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ସମସ୍ତେ ପସନ୍ଦ କରନ୍ତି । ମାତ୍ର ସାକ୍ଷାତକାର ଭଲ ନହେଲେ ନିଯୁକ୍ତି ପାଇବା ବହୁତ କଷ୍ଟକର ବ୍ୟାପର ହୋଇପଡେ । ତେବେ ଏଥିପାଇଁ କେତେକ ପ୍ରସଙ୍ଗକୁ ଧ୍ୟାନରେ ରଖିବା ଉଚିତ୍ । ଏଠାରେ ଏମିତି କିଛି ଟିପ୍ସ ରହିଛି, ଯାହାକୁ ଧ୍ୟାନରେ ରଖିଲେ ପ୍ରାର୍ଥୀଙ୍କୁ ସାକ୍ଷାତକାର ସହଜ ଲାଗିବ । ସାକ୍ଷାତକାର ଦେବାକୁ ଯାଉଥିଲେ ନିମ୍ନୋକ୍ତ କେତେକ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ଉନ୍ନତ ବେଶଭୂଷା – ଛୋଟ କମ୍ପାନୀ ହେଉ କିମ୍ବା ବଡ଼ କମ୍ପାନୀ କୌଣସି କମ୍ପାନୀ ଲାଗି ଆବେଦନ କରୁଥିଲେ ବେଶଭୂଷା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସାକ୍ଷାତକାରକୁ ଯିବା ସମୟରେ ଜଣେ ପ୍ରଫେସନାଲ ଭଳି ଦେଖାଯିବା ଉଚିତ । ଉକ୍ତ ପରିବେଶକୁ ସୁହାଇଲା ଭଳି ସ୍ମାର୍ଟ କାଜୁଆଲ୍ସ ଲୁକରେ ଯିବା ଭଲ । ପଲିସ ତଥା ସଫା ଜୋତା ପିନ୍ଧିବାକୁ ଗୁରୁତ୍ୱ ଦେବା ଉଲ । ବ୍ୟକ୍ତିଗତ ଗ୍ରୁମିଂକୁ ସର୍ବଦା ଧ୍ୟାନରେ ରଖନ୍ତୁ । ଚାଲିଗଲା ବେଳେ ଯେଭଳି କୌଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ଦ୍ୟାନ ଦିଅନ୍ତୁ । ସାକ୍ଷାତକାରେ ଯିବା ପୂର୍ବରୁ ଏପରି ଖାଦ୍ୟ ଖାଆନ୍ତୁ କରନ୍ତୁ ନାହିଁ, ଯେପରି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରିବ । ଏଥି ଲାଗି ମାଉଥ ଫ୍ରେଶନର ବ୍ୟବହାର କରିପାରନ୍ତି । ବେଶଭୂଷାକୁ ଧ୍ୟାନରେ ରଖି ସାକ୍ଷାତକାରରେ କିଭଳି ଭଲ କରିବେ ତାକୁ ବିଚାର କରନ୍ତୁ ।

ଶାନ୍ତ ସ୍ୱଭାବ – ରାଗି ତଥା ବଦ ସ୍ୱଭାବର ଲୋକମାନେ କୌଣସି ବି ସ୍ଥାନରେ ଗ୍ରହଣଯୋଗ୍ୟ ହୋଇ ପାରନ୍ତି ନାହିଁ । ଖୁସି ସ୍ୱଭାବର ଏବଂ ସମସ୍ତଙ୍କ ପ୍ରତି ଭଲ ଆଚରଣ ଦେଖାଇବା ବ୍ୟକ୍ତି ସମସ୍ତଙ୍କ ପ୍ରିୟକାତ୍ର ହୋଇପାରନ୍ତି । ସାକ୍ଷାତକାରରେ ଇଣ୍ଟରଭିଉ ନେଉଥିବା ବ୍ୟକ୍ତି ଏହି ସବୁ ଗୁଣକୁ ଦେଖିଥାନ୍ତି । ସାକ୍ଷାତକାର ସମୟରେ ଶାନ୍ତ ସ୍ୱାଭାବକୁ ବଜାଇ ରଖନ୍ତୁ । ନିଯୁକ୍ତିଦାତାଙ୍କ ପ୍ରଶ୍ନର ଉତ୍ତର ରଖୁଥିଲେ ସର୍ବଦା ଖୁସି ଥିବା ଭଳି ଉତ୍ତର ରଖନ୍ତୁ । ଫୋନକୁ ସାଇଲେଂଟ ମୋଡରେ ରଖିବା ସହ ଏହାକୁ ଚେକ କରନ୍ତୁ ନାହିଁ । ନିଯୁକ୍ତିଦାତାଙ୍କୁ ଧ୍ୟାନରେ ରଖନ୍ତୁ । ସାକ୍ଷାତକାର ସମୟରେ ୧୫ ମିନିଟ ପୂର୍ବରୁ ପହଂଚନ୍ତୁ । ଯଦି କୌଣସି କାରଣ ବଶତଃ ସାମାନ୍ୟ ବିଳମ୍ବ ହୁଏ ତେବେ ସେଥିଲାଗି ଫୋନ କରି ଜଣାଇପାରିବେ । ସର୍ବଦା ସମାନୁବର୍ତ୍ତିା ହୁଅନ୍ତୁ ।

ଅନୁଷ୍ଠାନ ସମ୍ପର୍କରେ ସୂଚନା – କୌଣସି ସ୍ଥାନକୁ ସାକ୍ଷାତକାର ଲାଗି ଯାଉଥିଲେ ଉକ୍ତ ଅନୁଷ୍ଠାନ ସମ୍ପର୍କରେ ପ୍ରର୍ଯ୍ୟାପ୍ତ ସୂଚନା ସଂଗ୍ରହ କରି ଯାହାନ୍ତୁ । ତାହା ନିଯୁକ୍ତିଦାତାଙ୍କ ଉପରେ ଭଲ ପ୍ରଭାବ ପକାଇବ । ଅନୁଷ୍ଠାନର ଭିତ୍ତି ବରିଷ୍ଠ ପରିଚାଳନା ବୋର୍ଡକୁ ଜାଣି ରଖନ୍ତୁ । କମ୍ପାନୀର କୌଣସି ପରିସଂଖ୍ୟାନ ଗତ ତଥ୍ୟ ମନେ ରଖିବାର କୌଣସି ଆବଶ୍ୟକତା ନାହିଁ । କମ୍ପାନୀ ସମ୍ପର୍କିତ କେତେକ ମୌଳିକ କଥା ଜାଣିବା ହିଁ ଯଥେଷ୍ଟ । ଏହା ଆପଣଙ୍କୁ ଆତ୍ମବିଶ୍ୱାସୀ କରାଇବା ସହ ଭଲ ଭାବେ ସାକ୍ଷାତକାର ଦେଇ ପାରିବେ । ସେହିଭଳି କୌଣସି ସାକ୍ଷାତକାରରେ ଦେଖାଇ ହେବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ରିଜ୍ୟୁମକୁ ସର୍ବଦା ଧ୍ୟାନରେ ରଖନ୍ତୁ – ନିଜ ପାଖରେ ସର୍ବଦା ରିଜ୍ୟୁମ ରଖିବାର ଆବଶ୍ୟକତା ରହିଛି । ସାକ୍ଷାତକାରକୁ ଯାଉଥିଲେ ଏହାକୁ ନେବାକୁ ଯେପରି ନ ଭୁଲନ୍ତି । ସେହିଭଳି ନିଜ ରିଜ୍ୟୁମକୁ ଧ୍ୟାନରେ ରଖନ୍ତୁ । ରିଜ୍ୟୁମରେ କଣ ସ୍ଥାନିତ କରିଛନ୍ତି ତାକୁ ଧ୍ୟାନ ଦିଅନ୍ତୁ । ଯଦି କୌଣସି ଅନୁଷ୍ଠାନ ସହ ଆପଣ କାର୍ଯ୍ୟ କରିଛନ୍ତି କୌଣସି ବଡ଼ ପ୍ରକଳ୍ପ ଦାୟିତ୍ୱ ନେଇଛନ୍ତି ତେବେ ଏହାକୁ କୌଣସି ରିଜ୍ୟୁମରେ ଯଦି ନ ଦର୍ଶାନ୍ତି ତେବେ ଏହା ଆପଣଙ୍କ ଲାଗି ବିଶେଷ ଭାବେ ଫଳପ୍ରଦ ହେବ ନାହିଁ । ସେହିଭଳି ବିଭିନ୍ନ ସମ୍ଭାବ୍ୟ ପ୍ରଶ୍ନକୁ ଚିନ୍ତା କରି ଏହାର ଉତ୍ତର କଣ ତାକୁ ବିଚାର କରନ୍ତୁ ।

କମ କୁହନ୍ତୁ ଅଧିକ ଶୁଣନ୍ତୁ – ସାକ୍ଷାତକାରରେ ଅଧିକ ନ ଗପି କମ କଥା କୁହନ୍ତୁ । ସର୍ବଦା ଅଧିକ ଶୁଣି ସେହି ମୁତାବକ ଉତ୍ତର ରଖିବାକୁ ଚେଷ୍ଟା କରନ୍ତୁ । ଧ୍ୟାନରେ ଶୁଣୁଥିବା ପ୍ରାର୍ଥୀଙ୍କୁ ଭୁଲ ପାଇଥାନ୍ତି । ଚୁପ ହୋଇ ବସି ନ ପଡିବା ମଧ୍ୟ ଭଲ । ସେହିଭଳି କୌଣସି ଉତ୍ତର ରଖିବା ବେଳେ ସଙ୍କୋଚ ମନୋଭାବ ରଖନ୍ତୁ ନାହିଁ । ଯଦି କୌଣସି କଥାକୁ ନେଇ ଆପଣଙ୍କ ମନରେ ଦ୍ୱନ୍ଦ୍ୱ ରହିଗଲା ତାକୁ ମଧ୍ୟ ପଚାରି ସଂଶୟ ଦୂର କରି ପାରିଲେ ଭଲ । ଚୁପଚାପ ରହିଗଲେ ନିଯୁକ୍ତିଦାତା ଭାବିବେ ଯେ ଆପଣ ଧ୍ୟାନର ସହ ସେମାନଙ୍କ କଥା ଶୁଣୁ ନାହାନ୍ତି ।