ବିଏସଏନଏଲ ଆଣିଲା ନୂଆବର୍ଷ କମ୍ବୋ ଯୋଜନା ! ଜାଣନ୍ତୁ କିପରି ଉଠାଇବେ ଲାଭ

31

ନୂଆବର୍ଷ ପାଳନ ପାଇଁ ଲୋକେ ବିଭିନ୍ନ ଯୋଜନା କରୁଛନ୍ତି । ତେବେ କେବଳ ଲୋକମାନେ ନୁହେଁ ଟେଲିକମ୍ କମ୍ପାନୀଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ନୂଆ ନୂଆ ତଥା ଲୋଭନୀୟ ଅଫର ଦେଉଛନ୍ତି । ଜିଓ, ଭୋଡ଼ାଫୋନ୍, ଆଇଡ଼ିଆ ଓ ଏଆରଟେଲ ପରେ ଏବେ ବିଏସଏନଏଲ କେବଳ ୭୪ ଟଙ୍କାରେ ନୂଆ ଯୋଜନା ଉପସ୍ଥାପନ କରିଛି । ବିଏସଏନଏଲର ଏହି ନୂଆ ଯୋଜନା ଅନୁସାରେ ୧ ଜିବି ଡାଟା ଓ ପ୍ରତିଦିନ ୧୦୦ ମେସେଜ ମିଳିବ । ଏହି ଯୋଜନାର ବୈଧତା ରହିଛି ମାତ୍ର ୩ ଦିନ । ତେବେ ଏହି ଯୋଜନା ଅନୁସାରେ ୧୦ ଟଙ୍କାର ଟକଟାଇମ୍ ମଧ୍ୟ ମିଳିବ ।

ତେବେ ୧ ଜାନୁୟାରୀ ଭିତରେ ରିଚାର୍ଜ କରାଇଲେ ହିଁ ଏହି ଯୋଜନାର ଲାଭ ଉଠାଇ ହେବ ।  ଏହି ଯୋଜନାର ଗୋଟିଏ ଅସୁବିଧା ହେଲା ଏଥରେ କଲିଂ ସୁବିଧା ନାହିଁ । ବିଏସଏନଏଲ ଏହି ଯୋଜାନର ତୁଳନା ଏୟାରଟେଲର ୯୩ ଟଙ୍କିଆ ଯୋଜନା ସହ ହେବ । ଏୟାରଟେଳ ଉକ୍ତ ଯୋଜନା ଅନୁସାରେ ଅନଲିମିଟେନ୍ କଲ୍ ସହ ୧ ଜିବି ଡାଟା ଓ ପ୍ରତିଦିନ ୧୦୦ ମେସେଜର ସୁବିଧା ଦେଉଛି । ତେବେ ଏୟାରଟେଲର ଏହି ଯୋଜନାର ବୈଧତା ୧୦ ଦିନ ପର୍ଯ୍ୟନ୍ତ ରହିଛି ।