୪୫ ଲକ୍ଷ ଟଂକାର ସସପେନ୍ସ ଉପରୁ ପରଦା ହଟାଇଲା ବିଜେଡି : ବ୍ରଜକିଶୋର ତ୍ରିପାଠୀ କ୍ଷମା ପ୍ରାର୍ଥନା କରିବାକୁ କହିଲା ଦଳ

21

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍  : ୪୫ ଲକ୍ଷ ଟଂକାର ସସପେନ୍ସ ଉପରୁ ପରଦା ହଟାଇଲା ବିଜେଡି । ୪ ଦିନ ପରେ ବିଜେଡି ରଖିଛି ସ୍ପଷ୍ଟ ଆଭିମୁଖ୍ୟ । କହିଛି, ଦଳ ବିରୋଧରେ ଅଭିଯୋଗ କପୋଳ କଳ୍ପିତ । ନିର୍ବାଚନ ବେଳେ ୮ ଜଣ ପ୍ରାର୍ଥୀଙ୍କ ଆକାଉଂଟକୁ ଯାଇଥିଲା ଟଂକା । ଏନେଇ ନିର୍ବାଚନ କମିଶନଙ୍କୁ ସମସ୍ତ ତଥ୍ୟ ଦିଆଯାଇଛି । ଦଳର ତିନି ନେତା ଦେବୀ ପ୍ରସାଦ ମିଶ୍ର, ସମୀର ଦାସ ଓ ଅତନୁ ସବ୍ୟସାଚୀ ନାୟକ ପ୍ରେସମିଟ୍ କରି ୪୫ ଲକ୍ଷ ଟଂକାର ହିସାବ ରଖିଛନ୍ତି । ବିଜେଡିର ଦଳୀୟ ଆକାଉଂଟରୁ ୮ ଜଣ ପ୍ରାର୍ଥୀଙ୍କ ଆକାଉଂଟକୁ ୪୫ ଲକ୍ଷ ଟଂକା ଦିଆଯାଇଛି । ୧୦ ଏପ୍ରିଲ ୨୦୧୪ରେ ଏସବିଆଇ ରାଜପଥ ଶାଖାରୁ ଏହି ଟଂକା ଯାଇଛି । ଦିଲ୍ଲୀପ ତିର୍କୀଙ୍କୁ ୭ ଲକ୍ଷ ୫୦ ହଜାର, ବଳଭଦ୍ର ମାଝିଙ୍କୁ ୭ ଲକ୍ଷ ୫୦ ହଜାର, ଶକୁନ୍ତଳା ଲାଗୁରୀ ଓ ନଗେନ୍ଦ୍ର ପ୍ରଧାନଙ୍କୁ ୫-୫ ଲକ୍ଷ, ରାଜୀବ ପାତ୍ର ଓ ସାହେବ ସୁଶୀଲ ହାଁସଦାଙ୍କୁ ୫-୫ ଲକ୍ଷ, ମୋତିରାମ ନାୟକ ଓ ପ୍ରଫୁଲ ପାଙ୍ଗୀଙ୍କୁ ୫- ୫ଲକ୍ଷ ଦିଆଯାଇଛି । ଏହାର ଚେକ୍ ନମ୍ବର ରହିଛି ୪୪୧୬୩୦ । କୌଣସି ସବ୍ୟସାଚୀଙ୍କ ଆକାଉଂଟକୁ ଟଂକା ଯାଇନାହିଁ । ବିଭ୍ରାନ୍ତିକର ତଥ୍ୟ ଦେଇଥିବା ବ୍ରଜକିଶୋର ତ୍ରିପାଠୀ, ରାଜ୍ୟବାସୀଙ୍କୁ ନିସର୍ତ କ୍ଷମା ପ୍ରାର୍ଥନା କରିବାକୁ କହିଛି ଦଳ ।