କ୍ରୁରତାର ସୀମା ପାର୍ : ଅଳିଆଗଦାରେ ଶୋଇଥିବା ୪ କୁକୁରକୁ ଜୀଅନ୍ତା ଜାଳିଦେଲେ ଲୋକେ
କନକ ବ୍ୟୁରୋ : ହାଇଦ୍ରାବାଦରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଅଳିଆଗଦାରେ ଶାନ୍ତିରେ ଶୋଇଥିବା ବେଳେ କିଛି ଲୋକ ୪ଟି କୁକୁର ଛୁଆଙ୍କୁୁ ଜିଅନ୍ତା ଜାଳିଦେବା ଘଟଣା ଏବେ ସମସ୍ତଙ୍କୁ ବ୍ୟଥିତ କରିଛି । ଏହି ଘଟଣା ପରେ ୪ଟି କୁକୁରଙ୍କ ମଧ୍ୟରୁ ୩ଟିର ମୃତ୍ୟୁ ଘଟିିଛି । ଅନ୍ୟପକ୍ଷରେ ଅଧା ପୋଡ଼ିଯାଇଥିବା କୁକୁର ଛୁଆକୁ ପଶୁ ଡ଼ାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଏହି ଘଟଣା ପଛରେ କାହାର ହାତ ରହିଛି ସେମାନଙ୍କର ପରିଚୟ ମିଳି ପାରି ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp