ଦିଲ୍ଲୀ : ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରି ଯୁବତୀଙ୍କୁ ଦୁଷ୍କର୍ମ କଲେ ୪ସାଙ୍ଗ
କନକ ବ୍ୟୁରୋ : ଦିଲ୍ଲୀରେ ଥିବା ନିଉ ଅଶୋକ ନଗରରେ ଜଣେ ୨୧ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ୪ ଜଣ ସାଙ୍ଗ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ କରି ଏଭଳି ଅପରାଧ କରିଥିବା ବେଳେ ପୀଡ଼ିତାଙ୍କୁ ଗୋଟେ ଦିନ ବନ୍ଦୀ କରି ରଖିଥିଲେ । ପରେ ଦୁଷ୍କର୍ମ ସମୟର ଭିଡ଼ିଓ ଭାଇରାଲ କରିଦେବାର ଧମକ ଦେଇ ୪ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ମୁକ୍ତ କରିଥିଲେ । ଶୁକ୍ରବାର ଏହି ଘଟଣା ଘଟିଥିବା ବେଳେ ସୋମବାର ପୀଡ଼ିତା ଏ ନେଇ ଅଭିଯାଗ କରିଥିବା ଜଣା ପଡ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ଶୁକ୍ରବାର ତାଙ୍କର ଜଣେ ବନ୍ଧୁ ତାଙ୍କୁ ଫୋନ କରି ନିଜ ଘରକୁ ରାତ୍ରୀ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ । ପୀଡ଼ିତା ମନା କରିବା ପରେ ତୁମର ଅନ୍ୟ ୪ଜଣ ମହିଳା ବନ୍ଧୁ ମଧ୍ୟ ଆସୁଛନ୍ତି ବୋଲି କହି ଅଭିଯୁକ୍ତ ପୀଡ଼ିତାଙ୍କୁ ରାଜି କରାଇଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ଘର ଭିତରେ ତାଙ୍କୁ ଫୋନ କରିଥିବା ସାଙ୍ଗ ଏବଂ ଅନ୍ୟ ୩ଜଣ ଯୁବକ ଥିବା ଦେଖିଥିଲେ । ଆଉ ସବୁ କେତେବେଳେ ଆସିବେ ବୋଲି ପଚାରିବା ପରେ ସେମାନେ ବାଟରେ ଅଛନ୍ତି କହି ପୀଡ଼ିତାଙ୍କୁ ତାଙ୍କ ବନ୍ଧୁ ଜୁସ୍ ପିଇବା ପାଇଁ ଦେଇଥିଲେ । ଜୁସ୍ ପିଇ ସାରିବା ପରେ ପୀଡ଼ିତା ଅଚେତ ହୋଇଯିବାରୁ ୪ଜଣ ମିଶି ତାଙ୍କ ସହ ଦୁଷ୍କର୍ମ କରିଥିଲେ ।