ଦୁଲୁକୁଛି ବରଗଡର ଧନୁଯାତ୍ରା: ମଥୁରୀ ନଗରୀରେ ବଢୁଛି କଂସର ରାଜୁତି, ହାତୀପିଠିରେ ବସି ମଥୁରାନରେଶଙ୍କ ନଗରଭ୍ରମଣ

ସେପଟେ ଗୋପପୁର ଗଲେ ଶ୍ରୀକୃଷ୍ଣ, ବିଶ୍ୱରୂପ ଦେଖିଲେ ବସୁଦେବ ଓ ଉଗ୍ରସେନ

91

କନକ ବ୍ୟୁରୋ: ୩ୟ ଦିନରେ ବରଗଡ଼ ଧନୁଯାତ୍ରା । ମଥୁରାଜନଗରୀରେ ମହାରାଜ କ˚ସଙ୍କ ଆଧିପତ୍ୟ ବଢ଼ି ଚାଲିଛି। କ˚ସଙ୍କ ନଗର ପରିଭ୍ରମଣ ବେଳେ ଦଣ୍ତବିଧାନ ଏବ˚ ଅଟ୍ଟହାସ୍ୟରେ କମ୍ପିଥିଲା ମଥୁରାନଗରୀ। ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମ, ନବଜାତ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ବସୁଦେବ ଓ ଉଗ୍ରସେନଙ୍କ ଭେଟ, ବିଶ୍ବରୂପ ଦର୍ଶନ, ଗୋପରେ ନନ୍ଦରାଜାଙ୍କ ଘରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ସାଥୀରେ ନେଇ ବସୁଦେବଙ୍କ ମଥୁରା କାରାଗାରକୁ ପ୍ରତ୍ୟାବର୍ତ୍ତନ ଥିଲା ଦ୍ବିତୀୟ ଦିବସର ଘଟଣାବଳୀ।

ନଗର ଭ୍ରମଣ ସମୟରେ ଆଇନ ଭଙ୍ଗକାରୀଙ୍କୁ ଦଣ୍ତାଦେଶ ସହ ର˚ଗମହଲରେ ନୃତ୍ୟଗୀତ ଆସରରେ ମସଗୁଲ ରହିଥିଲେ ମହାରାଜ କ˚ସ। ଏହାପରେ ଆରମ୍ଭ ହୋଇଥିଲା ନାଟ୍ୟାଭିନୟ। ଇତିମଧୢରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ। ଆଲୋକରେ ଝଲସି ଉଠିଛି ଅନ୍ଧକାର ରାତି। ଉଜ୍ଜ୍ବଳ ହୋଇ ଉଠିଛି କାରାଗାର। ଅପଣା ଛାଏଁ ଖୋଲି ଯାଇଛି କାରାଗାରର ଫାଟକ। ଫିଟିଯାଇଛି ଦେବକୀ ଓ ବସୁଦେବଙ୍କ ଶରୀରରେ ଲାଗିଥିବା ଶିକୁଳି। ନବଜାତ ଶିଶୁକୁ ନେଇ ବସୁଦେବ ଟୋକେଇରେ ମୁଣ୍ତେଇ ଗଲେ ଗୋପପୁରକୁ। ହେଲେ ବାଟରେ ରାଜ୍ୟର ସୀମାନ୍ତରେ ପହରା ଦେଉଥିବା ଶ୍ବଶୁର ଉଗ୍ରସେନଙ୍କ ତାଙ୍କ ବାଟ ଓଗାଳିଛନ୍ତି। ଏହି ସମୟରେ ଘଟିଛି ଏକ ଅଲୌକିକ ଘଟଣା।

କୃଷ୍ଣଙ୍କ ବିଶ୍ବରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି ବାପା ବସୁଦେବ ଓ ଅଜା ଉଗ୍ରସେନ । ଗୋପପୁର ଯିବା ବାଟରେ କୃଷ୍ଣଙ୍କ ମାୟାରେ ପ୍ରବଳ ବର୍ଷାରେ ଫଳରେ ପୂର୍ଣ୍ଣଗର୍ଭା ଯମୁନା ନଦୀରେ ପୂରିଯାଇଥିଲା। ହେଲେ କୃଷ୍ଣଙ୍କ ମାୟାରେ ଯମୁନା ନଈ ଦୁଇ ଭାଗ ହୋଇଥିଲା। ବର୍ଷାରୁ ସୁରକ୍ଷା ଦେବାକୁ କୃଷ୍ଣଙ୍କ ମୁଣ୍ତ ଉପରେ ବାସୁକୀ ନାଗ ଫେଣା ମେଲିଥିଲା। ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ମଂଚର ମାନ୍ୟତା ପାଇଥିବା ବରଗଡ଼ ଧନୁଯାତ୍ରା ପାଇଁ ଖୁବ ଉତ୍ସାହ ଦେଖିବାକୁ ମିଳିଛି ।