ଆଜି ଶ୍ରୀମନ୍ଦିରରେ ସରିବ ପହିଲି ଭୋଗ ନୀତି । ସେପଟେ ବାପଘରୁ ମନ୍ଦିରକୁ ଫେରିବେ ମା’ ଲକ୍ଷ୍ମୀ
ଶ୍ରୀମନ୍ଦିରରେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ଆଜି ଶେଷ ହେବ
କନକ ବ୍ୟୁରୋ : ଶ୍ରୀମନ୍ଦିରରେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ଆଜି ଶେଷ ହେବ। ମହାଲକ୍ଷ୍ମୀ ବାପଘରୁ ଶାଶୂଘରକୁ ଫେରିବେ। ପୁଣି ଥରେ ମା’ଲକ୍ଷ୍ମୀଙ୍କ ହାତରନ୍ଧା ରୋଷେଇ ମିଳିବ। ଗତ ଡିସେମ୍ବର ୧୬ରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲା। ମାସେ ଧରି ଚାଲିବାକୁ ଥିବା ଏହି ନୀତି ପାଇଁ ସଅଳ ଦ୍ବାରଫିଟା ସାଙ୍ଗକୁ ସଅଳ ପହୁଡ଼ ପାଇଁ ନୀତି ଚୂଡ଼ାନ୍ତ ହୋଇଥିଲା। ବିଶ୍ବାସ ରହିଛି, ପହିଲି ଭୋଗ ସମୟରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି। ଏଣୁ ମହାପ୍ରଭୁଙ୍କ ମା’ ପୁଅର ଭୋକ ସମ୍ଭାଳି ନପାରି ସଅଳ ରୋଷେଇ କରି ଖାଇବାକୁ ଦେଇଥାନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଦୃଷ୍ଟିରୁ ପହିଲି ଭୋଗ ସମୟରେ ସଅଳ ଅବଢ଼ା ବି ବାହାରେ। କେବଳ ସେତିକି ନୁହେଁ, ଏହି ଅବଢ଼ାର ସ୍ବାଦ ଅଲଗା ଥାଏ ବୋଲି ବିଶ୍ବାସ ରହିଛି। ମହାଲକ୍ଷ୍ମୀ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରକୁ ଫେରିବେ। ଏ ନେଇ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ତେବେ ଆସନ୍ତାକାଲି ମକର ସଂକ୍ରାନ୍ତି ରହିଛି । ତେଣୁ ଏପରି ନୀତିକୁ ଦେଖିବା ପାଇଁ ଅନେକ ଭକ୍ତ ଅପେକ୍ଷା କରି ରହିଛନ୍ତି । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥାଏ ।