ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ: ନିର୍ବାଚନ କମିସନଙ୍କ ସୂଚନା,ସୁରୁଖୁରରେ ଚାଲିଛି ମତଦାନ

39

କନକ ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ମତଦାନ ସୁରୁଖୁରରେ ଚାଲିଛି। ଦିନ ୧୦ ସୁଦ୍ଧା ୩୫ ରୁ ୪୦% ମତଦାନ ହୋଇଛି । ତେବେ ମୌଳିକ ସୁବିଧାରୁ ବଂଚିତ ଅଭିଯୋଗରେ କେତେକ ସ୍ଥାନରେ ଭୋଟ୍ ବର୍ଜନ କରିଛନ୍ତି ଭୋଟଦାତ । ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ନିର୍ବାଚନ କମିଶନଙ୍କ ସଚିବ ଆର.ଏନ ସାହୁ କହିଛନ୍ତି ।

ତେବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହା ଦିନ ୧୨ଟା ଯାଏଁ ଚାଲିବେ । ଧିରେ ଧିରେ ଭୋଟ ଦେବା ପାଇଁ ବୁଥକୁ ଆସୁଛନ୍ତି ଭୋଟର । ଦିନ ୧୨ଟାରେ ଭୋଟଗ୍ରହଣ ଶେଷ ହେବ । ପରେ ଦିନ ଗୋଟାଏରୁ ଭୋଟ ଗଣତି ହୋଇ ସଂଧ୍ୟା ସୁଦ୍ଧା ଫଳାଫଳ ଆସିବ । ତେବେ ଆସନ୍ତା ୨୩ ତାରିଖରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ –